ଓଡିଶା

odisha

ETV Bharat / state

ଲକ୍ଷ୍ମୀଙ୍କ ଲକ୍ଷ୍ୟ ପୂରଣ, ଅଗଣାରେ ପହଞ୍ଚିଲା ଜଳ - desi well in courtyard

ସ୍ତ୍ରୀର ଦୁଃଖ ସହି ନପାରି ନିଜ ଉଦ୍ୟମରେ କେନ୍ଦୁଝର ବନେଇକଳାର ଲକ୍ଷ୍ମୀ ମୁଣ୍ଡା ତିଆରି କରିଛନ୍ତି କାଠ ତିଆରି ନଳକୂପ । ତା ପୁଣି ଭୂତଳ ଜଳରୁ ନୁହେଁ, 500 ମିଟର ଦୂରରେ ଥିବା ପୋଖରୀ ପାଣିରୁ । ଯେଉଁଥିରୁ ଝର ଝର ହୋଇ ଝରିପଡୁଛି ଖୁସିର ପାଣି । ଅଧିକ ପଢନ୍ତୁ...

kendujhar
ଲକ୍ଷ୍ମୀଙ୍କ ଲକ୍ଷ୍ୟ ପୂରଣ, ଅଗଣାରେ ପହଞ୍ଚିଲା ଜଳ

By

Published : Dec 28, 2019, 11:58 PM IST

କେନ୍ଦୁଝର: କୁହାଯାଏ ଦୃଢ ଇଚ୍ଛା ଶକ୍ତି ଆଉ ଅଦମ୍ୟ ଆଗ୍ରହ, ସମସ୍ୟା ସମାଧାନ ବାଟ ବାହାର କରେ । ଯାହାର ପ୍ରତ୍ୟକ୍ଷ ଉଦାହରଣ ସାଜିଛନ୍ତି କେନ୍ଦୁଝର ବନେଇକଳାର ଲକ୍ଷ୍ମୀ ମୁଣ୍ଡା । ପାଣି ପାଇଁ ସ୍ତ୍ରୀର ଦୁଃଖ ସହି ନପାରି ନିଜ ଉଦ୍ୟମରେ ତିଆରି କରିଛନ୍ତି କାଠ ତିଆରି ନଳକୂପ । ତା ପୁଣି ଭୂତଳ ଜଳରୁ ନୁହେଁ, 500 ମିଟର ଦୂରରେ ଥିବା ପୋଖରୀ ପାଣିରୁ । ଯେଉଁଥିରୁ ଝର ଝର ହୋଇ ଝରିପଡୁଛି ଖୁସିର ପାଣି ।

ଲକ୍ଷ୍ମୀଙ୍କ ଲକ୍ଷ୍ୟ ପୂରଣ, ଅଗଣାରେ ପହଞ୍ଚିଲା ଜଳ

ଇଲେକ୍ଟ୍ରିକ ୱାରିଂ ପାଇପ ସହ ଏକ ମିଟର ଲମ୍ବ ସ୍ପଞ୍ଜ, ଖଣ୍ଡେ ଲୁହାଜାଲି, ଗୋଟିଏ ଲୁହା ରଡ ଓ ତିନି ଫୁଟ ପ୍ଲାଷ୍ଟିକ ପାଇପ୍‌ କିଣି ସେଥିରେ ପତ୍ନୀ ଜଙ୍ଗଲରୁ ଆଣିଥିବା କାଠ ସାହାଯ୍ୟରେ, ଏପରି ନଳକୂପ ତିଆରି କରିଛନ୍ତି ଲକ୍ଷ୍ମୀ । ଗାଁ ମୁଣ୍ଡରେ ଥିବା ସରକାରୀ ପୋଖରୀରୁ ଏପରି ଭାବେ ୱାରିଂ ପାଇପ ପକାଇ ବିଲରେ ବିଲରେ ଘର ଅଗଣାକୁ ପହଞ୍ଚାଇଛନ୍ତି ପାଣି । ଯାହାକୁ ତାଙ୍କ ପରିବାର ସହ ଗାଁର ଅନ୍ୟ ଲୋକ ମଧ୍ୟ ବ୍ୟବହାର କରୁଛନ୍ତି ।

ଲକ୍ଷ୍ମୀଙ୍କ ପରିବାର କହିଲେ ପତ୍ନୀ ସୀତା ଓ ଦୁଇ ପୁ୍ଅ । ଗାଁରେ ଏକ ଛୋଟିଆ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ସେ । ଯୁକ୍ତ 2 ପର୍ଯ୍ୟନ୍ତ ପାଠ ପଢିଥିବା ଲକ୍ଷ୍ମୀ ପୂର୍ବରୁ ଏପରି ଅନେକ କାର୍ଯ୍ୟ କରିଛନ୍ତି । କମ ଖର୍ଚ୍ଚରେ ଏପରି ନୂଆ ନୂଆ ଜିନିଷ ତିଆରି କରିବାରେ ଇଚ୍ଛା ରଖୁଥିବା ଲକ୍ଷ୍ମୀଙ୍କୁ କିନ୍ତୁ ଅର୍ଥ ବାଧକ ସାଜୁଛି । ତେବେ ତାଙ୍କର ଏପରି କାମରେ ଖୁସି ହେବା ସହ କିଛି ସରକାରୀ ସହାୟତା ମିଳିଲେ ଅନେକ କିଛି ସେ କରିପାରନ୍ତେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details