ଓଡିଶା

odisha

ETV Bharat / state

ସଂକ୍ରମଣ ପାଇଁ ବନ୍ଦ ରହିବ କେନ୍ଦୁଝର ଜିଲ୍ଲା କୋର୍ଟ - କେନ୍ଦୁଝର ଖବର

ବ୍ୟାପୁଛି କୋରୋନା ସଂକ୍ରମଣ । ଏପ୍ରିଲ ୨୦ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ କେନ୍ଦୁଝର ଜିଲ୍ଲା କୋର୍ଟ ।ଅଧିକ ପଢନ୍ତୁ...

Kendujhar district court will be closed from april 20th to 25
ସଂକ୍ରମଣ ପାଇଁ ବନ୍ଦ ରହିବ କେନ୍ଦୁଝର ଜିଲ୍ଲା କୋର୍ଟ

By

Published : Apr 19, 2021, 4:01 PM IST

କେନ୍ଦୁଝର:ବ୍ୟାପୁଛି କୋରୋନା ସଂକ୍ରମଣ । ଏପ୍ରିଲ ୨୦ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ କେନ୍ଦୁଝର ଜିଲ୍ଲା କୋର୍ଟ । ବାର ବନ୍ଦ ରଖିବା ନେଇ ସଂଘ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ନେଇ ଜିଲା ଜଜ୍‌ଙ୍କୁ ଚିଠି ଲେଖିଥିବା ସମ୍ପାଦକ ଆଲୋକ ମହାନ୍ତ ଜଣାଇଛନ୍ତି। କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋର୍ଟ କାର୍ଯ୍ୟରୁ ଓକିଲମାନେ ବିରତ ରହିବେ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସଂକ୍ରମଣ ପାଇଁ ବନ୍ଦ ରହିବ କେନ୍ଦୁଝର ଜିଲ୍ଲା କୋର୍ଟ

ଭିଡିଓ କନଫରେନ୍ସିଂ ଜରିଆରେ ଜାମିନ ଶୁଣାଣି କରାଯାଇପାରିବ ବୋଲି କୁହାଯାଇଛି। ଏହି ସମୟରେ କୋର୍ଟ ପରିସରକୁ ବିଶୋଧନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details