ଓଡିଶା

odisha

ETV Bharat / state

ପେନ ମ୍ୟାନ ଚନ୍ଦନ - କେନ୍ଦୁଝରର କଲମ ସଂଗ୍ରହକାରୀ ଚନ୍ଦନ

ଭିନ୍ନ ସଉକ ରଖୁଥିବା ନିଆରା ମଣିଷଟିଏ ଚନ୍ଦନ । ଘର କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ଗୋପୀନାଥପୁର ଶାସନରେ । ପିଲାଟି ଦିନରୁ ଭଳିକି ଭଳି ଦେଶୀ ବିଦେଶୀ ପେନ ସଂଗ୍ରହ କରି ଆଜି ସେ ପେନ ମ୍ୟାନ ଭାବେ ପରିଚିତ ହୋଇଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

By

Published : Aug 6, 2019, 7:41 PM IST

କେନ୍ଦୁଝର: ପ୍ରତିଟି ମଣିଷର ଭିନ୍ନ ଭିନ୍ନ ସଉକ ଥାଏ । କିଏ ଡାକ ଟିକଟ ତ ପୁଣି କିଏ ପୁରୁଣା ଟଙ୍କା ଭଳି ଦୁର୍ଲଭ ଜିନିଷ ସଂଗ୍ରହ କରିଥାଏ । ଏପରି ଭାବେ ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ଗୋପୀନାଥପୁର ଶାସନର ବାସିନ୍ଦା ଚନ୍ଦନ ମହାପାତ୍ରଙ୍କ ରହିଛି କିଛି ନିଆରା ନିଶା । ଦେଶୀ ବିଦେଶୀ ଠୁ ଆରମ୍ଭ କରି ପୁରୁଣାକାଳିଆ 5 ହଜାରରୁ ଉର୍ଦ୍ଧ୍ବ ପେନ ସଂଗ୍ରହ କରି ରେକର୍ଡ କରିବା ଲକ୍ଷ୍ୟରେ ଚନ୍ଦନ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

କେବଳ ପେନ ନୁହେଁ କାହିଁ କେଉଁ ଯୁଗର ପୋଥି ଲେଖନୀ ମଧ୍ୟ ସଂଗ୍ରହ କରି ନିଜ ପାଖରେ ସାଇତି ରଖିଛନ୍ତି ଚନ୍ଦନ । ତାଙ୍କର ଏହି ନିଶା ପାଇଁ ସେ ନିଜ ଅଞ୍ଚଳରେ ପେନ ମ୍ୟାନ ଭାବେ ପରିଚିତ । ସେ କେବଳ ଯେ ଏସବୁକୁ ସାଇତି ରଖନ୍ତି ତା ନୁହେଁ, ପରୀକ୍ଷା ସମୟରେ ଗରିବ ପିଲାଙ୍କୁ ମଧ୍ୟ ପେନ ଦାନ କରିଥାନ୍ତି ।

ପିଲାଟି ଦିନରୁ ପେନ ସଂଗ୍ରହ କରିବା ଚନ୍ଦନଙ୍କ ନିଶା । ଲିଙ୍କ, ସେଲୋ, ରେନୋଲଡ଼ ଆଦି କମ୍ପାନୀ ର ଭଳିକି ଭଳି ପେନ ତାଙ୍କ ପାଖରେ ମହଜୁତ ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details