ଓଡିଶା

odisha

ETV Bharat / state

ଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା; କଙ୍ଗାରୁକୋର୍ଟରେ ନିଆଁପାଣି ବାସନ୍ଦ, 25 ଲକ୍ଷ ଜୋରିମାନା - ଅନ୍ୟ ଜାତିରେ ପ୍ରେମ ବିବାହ

ଅନ୍ୟ ଜାତିରେ ପ୍ରେମ କରି ବିବାହ କରିବା ଯୋଗୁଁ କଙ୍ଗାରୁକୋର୍ଟର ଶିକାର ହେଲେ ଦମ୍ପତି। ୨୫ ଲକ୍ଷ ଟଙ୍କାର ଜୋରିମାନା । ଅଧିକ ପଢନ୍ତୁ...

ଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା, କଙ୍ଗାରୁ କୋର୍ଟରେ 25ଲକ୍ଷ ଜୋରିମାନା
ଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା, କଙ୍ଗାରୁ କୋର୍ଟରେଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା, କଙ୍ଗାରୁ କୋର୍ଟରେ 25ଲକ୍ଷ ଜୋରିମାନା 25ଲକ୍ଷ ଜୋରିମାନା

By

Published : Aug 2, 2021, 6:48 PM IST

ଆନନ୍ଦପୁର:ଅନ୍ୟ ଜାତିରେ ପ୍ରେମ କରି ବିବାହ କରିବା ପଡିଲା ମହଙ୍ଗା । କଙ୍ଗାରୁକୋର୍ଟରେ ଦମ୍ପତ୍ତିଙ୍କୁ ନିଆଁପାଣି ବାସନ୍ଦ କରିବା ସହ 25ଲକ୍ଷ 60 ହଜାର ଟଙ୍କା ଜୋରିମାନା କରିଛନ୍ତି ଗ୍ରାମବାସୀ। ଏଥିରେ ଅତିଷ୍ଟ ହୋଇ ଶେଷରେ ଗାଁ ଛାଡି ନିଜ ମାମୁଁ ଘରେ ଆଶ୍ରୟ ନେବା ସହ ନ୍ୟାୟ ପାଇଁ ନିବେଦନ କରିଛନ୍ତି ଦମ୍ପତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତର ନିଆଳିଝରଣ ଗାଁରେ ।

ଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା, କଙ୍ଗାରୁ କୋର୍ଟରେ 25ଲକ୍ଷ ଜୋରିମାନା

ନିଆଳିଝରଣ ଗାଁର ମହେଶ୍ବର ବାସ୍କେ ଗତ 6ମାସ ତଳେ ନାଗାଡାହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ବାହାରେ ରହୁଥିଲେ । ଏବେ ସେ ସ୍ତ୍ରୀଙ୍କୁ ନେଇ ଘରକୁ ଫେରିବା ପରେ, ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ଗାଁଲୋକେ ତାଙ୍କୁ ପ୍ରବଳ ବିରୋଧ କରିଥିଲେ । ଗ୍ରାମସଭାରେ ଦମ୍ପତ୍ତିଙ୍କୁ ନିଆଁ ପାଣି ବାସନ୍ଦ କରିବା ସହ 25 ଲକ୍ଷ 60ହଜାର ଟଙ୍କା ଜୋରିମାନା କରିଛନ୍ତି ଗ୍ରାମବାସୀ । ଆର୍ଥିକ ସ୍ବଚ୍ଛଳ ନଥିବା ମହେଶ୍ବର ଏତେ ଟଙ୍କା ଦେବାକୁ ସକ୍ଷମ ନ ଥିବାବେଳେ କଙ୍ଗାରୁକୋର୍ଟର ନିଷ୍ପତ୍ତିରେ ଅତିଷ୍ଟ ହୋଇ ନିଜ ସ୍ତ୍ରୀଙ୍କୁ ନେଇ ଗାଁ ଛାଡି ଗୌଡସିଙ୍ଗାରେ ଥିବା ମାମୁଁଘରେ ଆଶ୍ରୟ ନେଇଛନ୍ତି । କଙ୍ଗାରୁକୋର୍ଟ ଅପରି ନିର୍ଦ୍ଦେଶରୁ ମୁକୁଳିବାକୁ ଦମ୍ପତି ଆକୁଳ ନିବେଦନ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details