ଆନନ୍ଦପୁର: ପଛୁଆ ଜିଲ୍ଲାର ଆଗୁଆ ନାରୀ । ଛତୁଆ ସଂସ୍ଥା କରି ସ୍ବାବଲମ୍ବୀ ଗୃହିଣୀ। ପ୍ରତିକୂଳ ପରିସ୍ଥିତିକୁ ପାର କରି ପ୍ରଶଂସିତ କେନ୍ଦୁଝର ଜିଲ୍ଲା ଗଡବାନ୍ଧଗୋଡା ଗାଁର କଳ୍ପନା ବିଶ୍ବାଳ । ନିଜ ଉଦ୍ୟମରେ ଗଢି ତୋଳିଛନ୍ତି ଛତୁଆ ସଂସ୍ଥା । ସରକାରୀ ସ୍ବୀକୃତି ତାଙ୍କର ଏହି ସଂସ୍ଥା ଆଜି 18 ପଞ୍ଚାୟତର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଉଛି ଛତୁଆ । ଯାହା ତାଙ୍କୁ ଆତ୍ମନିର୍ଭର କରିବା ସହ ଅନ୍ୟ 15 ଗୃହିଣୀଙ୍କୁ ଯୋଗାଇ ପାରିଛନ୍ତି କାମ। ଗର୍ଭବତୀ, ପ୍ରସୂତୀ ମା ସମେତ 6 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପର୍ଯ୍ୟାୟକ୍ରମେ ଛତୁଆ, ହାଲୁଆ, ମାଣ୍ଡିଆ, ଲଡୁ ବଣ୍ଟନ କରାଯାଉଛି । ପ୍ରଥମେ ନିଜେ ପ୍ୟାକେଟିଂ କରୁଥିଲେ ଏବେ ମେସିନ ଦ୍ବାରା ଚାଲିଛି କାର୍ଯ୍ୟ । ସରକାରୀ ସ୍ଥାନରେ ୟୁନିଟ ଚାଲୁ ରହିଛି ।
ସ୍ବାବଲମ୍ବୀ କଳ୍ପନା, ଛତୁଆ ସଂସ୍ଥା କରି 15 ଜଣ ଗୃହିଣୀଙ୍କୁ ଦେଲେ ରୋଜଗାର - employment to 15 housewives
ପଛୁଆ ଜିଲ୍ଲାର ଆଗୁଆ ନାରୀ । ପ୍ରତିକୂଳ ପରିସ୍ଥିିତିରେ ଆଣିଛନ୍ତି ପରିବର୍ତ୍ତନ । ଦୃଢ ନିଷ୍ଠା ବଳରେ ସାଜିଛନ୍ତି ଆତ୍ମନିର୍ଭରର ପ୍ରେରଣାଦାୟୀ ମହିଳା । ଅଧିକ ପଢନ୍ତୁ:
![ସ୍ବାବଲମ୍ବୀ କଳ୍ପନା, ଛତୁଆ ସଂସ୍ଥା କରି 15 ଜଣ ଗୃହିଣୀଙ୍କୁ ଦେଲେ ରୋଜଗାର ଛତୁଆ ସଂସ୍ଥା କରି 15 ଜଣ ଗୃହଣୀଙ୍କୁ ଦେଲେ ରୋଜଗାର](https://etvbharatimages.akamaized.net/etvbharat/prod-images/768-512-10552686-thumbnail-3x2-woman.jpg)
ତେବେ କଳ୍ପନାଙ୍କୁ ଏଠାରେ ପହଞ୍ଚିବା ପାଇଁ ଅନେକ କଠିନ ଯାତ୍ରାକୁ ଅତିକ୍ରମ କରିଥିଲେ । ସ୍ବାମୀ ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ଚାକିରି ନଥିଲା । ଫଳରେ ଘରର ପ୍ରତିପୋଷଣର ଦାୟିତ୍ବ ସେ ନେଇଥିଲେ। 2004 ପ୍ରଥମେ ଗାଁର ମହିଳାଙ୍କୁ ନେଇ ଏକ ସ୍ବଂୟ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ଧୂପ, ମହମବତୀ ତିଆରି କରିବା ପରେ ରୋଜଗାରର ଏକ ରାସ୍ତା ପାଇଥିଲେ । ପରେ ପରେ ପଞ୍ଚାୟତର ସମସ୍ତ ସ୍ବଂୟ ସହାୟକ ଗୋଷ୍ଠୀର ମୁଖ୍ୟ ସମ୍ପାଦିକା ପଦ ସମ୍ଭାଳିବା ସହ 2008 ରେ ମହାସଂଘ ମିଶନ ଶକ୍ତିର ନେତୃତ୍ବ ନେଇ ବିଭିନ୍ନ ଗାଁର 1275ଟି ମହିଳା ସ୍ବଂୟ ସହାୟକ ଗୋଷ୍ଠୀ କରିଥିଲେ । ଆଉ 2011 ମସିହାରେ ସରକାରଙ୍କ ସ୍ବୀକୃତି ନେଇ ସ୍ବାମୀଙ୍କ ସହଯୋଗରେ ନିଜ ଗାଁରେ ଆରମ୍ଭ କରିଥିଲେ ଛତୁଆ ୟୁନିଟ । ଗର୍ଭବତୀ, ପ୍ରସୂତୀ ସହ 6 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପର୍ଯ୍ୟାୟକ୍ରମେ ଛତୁଆ, ହାଲୁଆ, ମାଣ୍ଡିଆ ଲଡୁ ତିଆରି ଅଙ୍ଗନବାଡିକୁ ବଣ୍ଟନ କରାଯାଏ । ଦିନେ ଘରୁ ପାଦ କାଢୁ ନଥିବା କଳ୍ପନା ଆଜି ସଫଳତାର ଶୀର୍ଷରେ । ଯାହାକୁ ନେଇ ସ୍ବାମୀ ଜୟନ୍ତଗାନ୍ଧୀ ଗର୍ବ ଅନୁଭବ କରୁଛନ୍ତି । ନିଜସ୍ବ ଉଦ୍ୟମରେ ନିଜ ଭାଗ୍ୟକୁ ବଦଳାଇଛନ୍ତି କଳ୍ପନା । ଆଉ ତାଙ୍କର ଏହି ସଫଳତା ପ୍ରତିଟି ଗୃହିଣୀଙ୍କୁ ଯୋଗାଉଛି ପ୍ରେରଣାର ଉତ୍ସ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ