ବରଗଡ: ସହରାଞ୍ଚଳର ହିତାଧିକାରୀଙ୍କ ନାଁରେ କାଳିଆ ଯୋଜନାରେ ସାମିଲ କରିବାକୁ ବରଗଡ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କୁ ମଧ୍ୟ ଗ୍ରାମାଞ୍ଚଳର ଗରିବ ଚାଷୀ ଓ ଭୂମିହୀନଙ୍କ ପରି ସମାନ ସୁବିଧା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ।
ପୂର୍ବରୁ ରାଜ୍ୟର ସମସ୍ତ ଚାଷୀ, ଦିନମଜୁରିଆ ଓ ଭୂମିହୀନଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲା । ମାତ୍ର ନିର୍ବାଚନ ଶେଷ ହେବା ପରେ କାଳିଆ ଯୋଜନାରେ ସାମିଲ ହୋଇ ନାହାଁନ୍ତି ସହରାଞ୍ଚଳର ହିତାଧିକାରୀ । ଏହାଦ୍ବାରା ବରଗଡ଼ ସହରର ବହୁ ଭୂମିହୀନ ଗରିବ ହିତାଧିକାରୀ କାଳିଆ ଯୋଜନାରୁ ବଞ୍ଚିତ ଅଛନ୍ତି ।