ଓଡିଶା

odisha

ETV Bharat / state

କାଳୀ ପୂଜା ପାଇଁ ପ୍ରସ୍ତୁତି ଶେଷ - kali puja start in keunjhar

ସାରା ଦେଶରେ ଏବେ ପୂଜାର ମାହୋଲ। ଗଣେଶ ଏବଂ ଦୁର୍ଗା ପୂଜା ଏବଂ ଏବେ ଆରମ୍ଭ ହୋଇଛି କାଳୀ ପୂଜା। ରବିବାର ଆଲୋକର ପର୍ବ ଦୀପାବଳି। ଏହି ଦୀପାବଳି ଠାରୁ କାଳୀପୂଜା ଆରମ୍ଭ ହୋଇଥାଏ। କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ କାଳୀମେଢ଼ ପସ୍ତୁତ ହୋଇଛି। ସୁନ୍ଦର ମେଢ଼ ସାଙ୍ଗକୁ  ସୁନ୍ଦର ତୋରଣ ମଧ୍ୟ ପ୍ରସ୍ତୁତି ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା. କେନ୍ଦୁଝର

By

Published : Oct 27, 2019, 9:05 PM IST

କେନ୍ଦୁଝର: ସାରା ଦେଶରେ ଏବେ ପୂଜାର ମାହୋଲ । ବିଘ୍ନ ନାଶକ ଗଣେଶ ପୂଜା ପରେ ଦୁର୍ଗାପୂଜା ଏବଂ ଏବେ ଆରମ୍ଭ ହୋଇଛି କାଳୀପୂଜା। ରବିବାର ଆଲୋକର ପର୍ବ ଦୀପାବଳି । ଏହି ଦୀପାବଳି ଠାରୁ କାଳୀପୂଜା ଆରମ୍ଭ ହୋଇଥାଏ। କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ କାଳୀ ମେଢ଼ ପ୍ରସ୍ତୁତ ହୋଇଛି । ସୁନ୍ଦର ମେଢ଼ ସାଙ୍ଗକୁ ସୁନ୍ଦର ତୋରଣ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. କେନ୍ଦୁଝର

କେନ୍ଦୁଝର ସହରରେ କାଳୀ ପୂଜା ଏକ ପ୍ରକାର ଧୁମଧାମରେ ପାଳିତ ହେଉଥିବାରୁ ସେଥିପାଇଁ ସବୁ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । କେନ୍ଦୁଝରର ସର୍ବପୁରାତନ କାଳୀ ମେଢ଼ ଶ୍ୟାମା କାଳୀ, କାଶୀପୁର କାଳୀ, ନେତ୍ରା କାଳୀ, ମାଇଁନିଂ ଆଦି ସ୍ଥାନରେ କାଳୀ ମେଢ଼ ପ୍ରସ୍ତୁତି ଶେଷ ହୋଇଛି । ରବିବାର ରାତିର ନିଶାର୍ଦ୍ଧରେ ମାଆଙ୍କ ଆବାହନ ପରେ ସୋମବାର ଠାରୁ ପୂଜା ଆରମ୍ଭ ହେବ । ସ୍ଥାନୀୟ କାଳୀ ପଡିଆ ଠାରେ ଏହି ପୂଜା ଉପଲକ୍ଷେ ମିନା ବଜାରର ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details