ଓଡିଶା

odisha

ETV Bharat / state

ମନ ଜିଣୁଛି କେନ୍ଦୁଝର କାଳୀପୂଜା - ମା'ଙ୍କ ଆବାହନ

କେନ୍ଦୁଝରରେ ରବିବାର ରାତିରୁ ରୀତିନୀତି ସହ ମାଆଙ୍କ ଆବାହନ ପରେ ସହରର ବିଭିନ୍ନ ମଣ୍ଡପରେ ମା' କାଳୀଙ୍କ ପୂଜା ଆରମ୍ଭ ହୋଇଛି।

ମନ ଜିଣୁଛି କେନ୍ଦୁଝର କାଳୀ ପୂଜା

By

Published : Oct 28, 2019, 7:15 PM IST

କେନ୍ଦୁଝର: ସବୁଆଡେ ଏବେ ପୂଜାର ମାହୋଲ। ବିଘ୍ନନାଶକ ଏବଂ ଦୁର୍ଗାପୂଜା ପରେ ଏବେ ଆରମ୍ଭ ହୋଇଛି କାଳୀପୂଜା। ଦୀପାବଳି ଠାରୁ ଆରମ୍ଭ ହୋଇଥାଏ ପୂଜା । ରବିବାର ରାତିରୁ ରୀତିନୀତି ସହ ମାଆଙ୍କ ଆବାହନ ପରେ ସହରର ବିଭିନ୍ନ ମଣ୍ଡପରେ ମା' କାଳୀଙ୍କ ପୂଜା ଆରମ୍ଭ ହୋଇଛି । କେନ୍ଦୁଝର ସହରର କାଳୀ ପଡିଆର ଶ୍ୟାମାକାଳି, କାଶୀପୁରର ସ୍ମଶାନକାଳୀ, ଟେଲିଫୋନ ଏକ୍ସଚେଞ୍ଜ ଛକର ନେତ୍ରାକାଳୀ, ମାଇନିଂ ଆଦି ସ୍ଥାନରେ କାଳୀ ମେଢମାନ ପସ୍ତୁତ ହୋଇଛି।

ମନ ଜିଣୁଛି କେନ୍ଦୁଝର କାଳୀ ପୂଜା

ସୁନ୍ଦର ମେଢ଼ ସାଙ୍ଗକୁ ଅକର୍ଷଣୀୟ ତୋରଣର ପ୍ରସ୍ତୁତି ଶେଷ ହୋଇଛି। କେନ୍ଦୁଝର ସହରରେ କାଳୀପୂଜା ଏକ ପ୍ରକାର ଧୂମଧାମ୍‌ରେ ପାଳିତ ହେଉଥିବାରୁ ବିଭିନ୍ନ କାଳୀ କମିଟି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାସହ ସ୍ଥାନୀୟ କାଳୀ ପଡିଆ ଠାରେ ପୂଜା ଉପଲକ୍ଷେ ମୀନାବଜାର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details