ଓଡିଶା

odisha

ETV Bharat / state

ପଞ୍ଚଦଶ କଳା ଉତ୍ସବ ଆରମ୍ଭ: ସ୍ଥାନୀୟ କଳାକାର ପାଇବେ ପ୍ରୋତ୍ସାହନ - କେନ୍ଦୁଝର ଖବର

କେନ୍ଦୁଝର ଜିଲ୍ଲାରେ ପଞ୍ଚଦଶ କଳା ଉତ୍ସବ ଆରମ୍ଭ ହୋଇଛି । ଆଗାମୀ ପିଢ଼ିର କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଏ ଉତ୍ସବ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ପଞ୍ଚଦଶ କଳା ଉତ୍ସବ ଆରମ୍ଭ : ସ୍ଥାନୀୟ କଳାକାର ପାଇବେ ପ୍ରୋତ୍ସାହନ
ପଞ୍ଚଦଶ କଳା ଉତ୍ସବ ଆରମ୍ଭ : ସ୍ଥାନୀୟ କଳାକାର ପାଇବେ ପ୍ରୋତ୍ସାହନ

By

Published : Dec 25, 2021, 6:50 PM IST

କେନ୍ଦୁଝର :ଜିଲ୍ଲାରେ ପଞ୍ଚଦଶ କଳା ଉତ୍ସବ ଆରମ୍ଭ ହୋଇଛି । ଆଗାମୀ ପିଢ଼ିର କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଆରମ୍ଭ ହୋଇଛି ପଞ୍ଚଦଶ କେନ୍ଦୁଝର କଳା ଉତ୍ସବ । ଜିଲ୍ଲାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ସାଂସ୍କୃତିକ ଆନୁକୂଲ୍ୟରେ ଏହି ଦୁଇ ଦିନିଆ କଳା ଉତ୍ସବ ଆରମ୍ଭ ହୋଇଛି । ଜିଲ୍ଲାର କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ର, ବହି ଓ ପଥର କାରୁକାର୍ଯ୍ୟ ଆଦି ପ୍ରଦର୍ଶନୀ ହେବ । ଏହାସହ ସ୍ଥାନୀୟ ଲୋକନୃତ୍ୟ ମଧ୍ୟ ପ୍ରଦର୍ଶିତ କରାଯିବ । ଏହା ନୂତନ ପିଢ଼ି ପାଇଁ ଚିତ୍ରକଳା ପ୍ରତିଯୋଗିତା ସହ ଫଟୋଚିତ୍ର ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଛି ।

ପଞ୍ଚଦଶ କଳା ଉତ୍ସବ ଆରମ୍ଭ : ସ୍ଥାନୀୟ କଳାକାର ପାଇବେ ପ୍ରୋତ୍ସାହନ

ଚିତ୍ରକଳା ପ୍ରତିଯୋଗିତା ସହ କ୍ୟାମେରା ଲେନ୍ସ ଷ୍ଟଲ, ପତ୍ରପତ୍ରିକା ଷ୍ଟଲ ଆଦିରେ କେନ୍ଦୁଝର ଜିଲ୍ଲାର ଛାପ ଦେଖିବାକୁ ବେଶ ମିଳିଥିଲା ।ଏହି ଦୁଇ ଦିନିଆ କଳା ଉତ୍ସବକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଆନୁଷ୍ଠାନିକ ଭାବେ ଦ୍ୱୀପଜାଳି ଉଦଘାଟନ କରିଥିଲେ । ଏହା ପରେ ଚିତ୍ରକଳା ପ୍ରଦର୍ଶନୀ, ପତ୍ରପତ୍ରିକା ପ୍ରଦର୍ଶନୀ ଓ ଷ୍ଟଲ ବୁଲି ସେ ଦେଖିଥିଲେ ।

ସ୍ଥାନୀୟ ପୌରପାଳିକା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କଳା ଉତ୍ସବରେ ଅନେକ ଅଭିଭାବକମାନେ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ପ୍ରକାରର କଳାକାରଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ ନୂତନ ସମ୍ଭାବନା ଯୋଗାଇ ଦେଇଛି । ୩୫ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ସାଂସ୍କୃତିକ ଅନୁଷ୍ଠାନ ସ୍ଥାନୀୟ କଳାକାରଙ୍କ ପାଇଁ ସମର୍ପିତ ଥିବାବେଳେ କୋରୋନା କଟକଣା ମାନି ଏହି ପଞ୍ଚଦଶ କଳା ଉତ୍ସବ ଅନୁଷ୍ଠିତ କରୁଥିବା ଆୟୋଜକ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details