କେନ୍ଦୁଝର: ଶାରୀରିକ ଅସୁସ୍ଥତା ପାଇଁ କେନ୍ଦୁଝର ଟାଉନ ଥାନାରେ ହାଜର ହୋଇପାରି ନାହାନ୍ତି ଘରୋଇ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକ। ଆଜି(ବୁଧବାର) ତାଙ୍କୁ ଥାନାରେ ହାଜର ହେବା ନେଇ ନୋଟିସ ହୋଇଥିଲା ।
୧୫ ଦିନର ମହଲତ ମାଗିଲେ ରମେଶ ରଥ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଅଶ୍ଳୀଳ ଭିଡିଓ ରାକେଟରେ କେନ୍ଦୁଝର ପୋଲିସ ପକ୍ଷରୁ ସାମ୍ବାଦିକଙ୍କୁ 21 ତାରିଖରେ ହାଜର ହେବାକୁ ପୋଲିସ ନୋଟିସ କରିଥିଲା । ନିର୍ବାଚନ ପୂର୍ବରୁ ଏହି ଭିଡିଓ ପ୍ରସ୍ତୁତ କରି ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଥିଲା ।
ତେବେ ଆଜି ସାମ୍ବାଦିକଙ୍କ ପାଇଁ ତାଙ୍କ ତାଙ୍କ ଓକିଲ ଧନଞ୍ଜୟ ନାୟକ ଥାନାରେ ହାଜର ହୋଇଥିଲେ । ଶରୀର ଅସୁସ୍ଥତା କାରଣରୁ ସେ ହାଜର ହୋଇପାରି ନାହାଁନ୍ତି । ଏଥିପାଇଁ ସେ 15 ଦିନର ମହଲତ ମାଗିଛନ୍ତି ବୋଲି ତାଙ୍କ ଓକିଲ ଧନଞ୍ଜୟ ନାୟକ ପ୍ରକାଶ କରିଛନ୍ତି ।
ଏହି ଘଟଣାରେ ପୂର୍ବରୁ 4 ଜଣଙ୍କୁ ପୋଲିସ ଗିରଫ କରିସାରିଛି । ନୋଟିସ ମୁତାବକ, ବୁଧବାର 11 ଟା ସମୟରେ ଘରୋଇ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକଙ୍କୁ ତଦନ୍ତକାରୀ ଅଫିସରଙ୍କ ନିକଟରେ ହାଜର ହେବାର ଥିଲା। ଏନେଇ ପୂର୍ବରୁ ଚନ୍ଦ୍ରାଣୀ ମୁର୍ମୁ ଜଣେ ଆଦିବାସୀ ମହିଳାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଅନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ