କେନ୍ଦୁଝର: ସାରା ଦେଶରେ କୋରୋନା ମହାମାରୀର ରୂପ ନେଇ ସାରିଲାଣି । ଏହି କୋରୋନାରେ ଆକ୍ରାନ୍ତ ହୋଇ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଏହି କୋରୋନାରେ ଆକ୍ରାନ୍ତ ହୋଇ କେନ୍ଦୁଝର ଜିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସଞ୍ଜୟ ସାହୁଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ପରେ କମ୍ପାନୀ ପକ୍ଷରୁ ତାଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ ।
ଜିଓ କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ, କ୍ଷତିପୂରଣ ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା - କେନ୍ଦୁଝର ଜିଓ କାର୍ଯ୍ୟାଳୟ
କେନ୍ଦୁଝର ଜିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସଞ୍ଜୟ ସାହୁଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ପରେ କମ୍ପାନୀ ପକ୍ଷରୁ ତାଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ ।
![ଜିଓ କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ, କ୍ଷତିପୂରଣ ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜିଓ କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ, ସହାୟତାରାଶି ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା](https://etvbharatimages.akamaized.net/etvbharat/prod-images/768-512-9154503-thumbnail-3x2-dhg.jpg)
ଜିଓ କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ, ସହାୟତାରାଶି ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଜିଓ କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ, ସହାୟତାରାଶି ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଏହି କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ସହାୟତା ପ୍ରଦାନ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ଏନେଇ ସୋମବାର ଅପରାହ୍ନରୁ କମ୍ପାନୀ କେନ୍ଦୁଝର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ମୃତ ସଞ୍ଜୟଙ୍କ ପରିବାର ଲୋକେ । ଏହି ଧାରଣାରତ ପରିବାର ଲୋକଙ୍କ ସହ ସାମିଲ ହୋଇଥିଲେ ଜିଓ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚଳାଇବେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ