ଓଡିଶା

odisha

ETV Bharat / state

ଆଦିବାସୀ ମହିଳା ମୁହଁରେ ଫୁଟିଲା ହସ, ରୋଜଗାର ଦେଲା ପଣସ - ଆଦିବାସୀ ମହିଳାଙ୍କୁ ରୋଜଗାର ଦେଲା ପଣସ

ରୋଜଦେଲା ପଣସ । ପଣସରୁ ଚିପ୍ସ, ପାମ୍ପଡ଼,ଦୋସା,ହାଲୁଆ,ସେକ, ପଣସ ଅଟା ଓ କଫି ପରି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ସ୍ବାବଲମ୍ବୀ ହେବାସହ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି କେନ୍ଦୁଝର ଜିଲ୍ଲାର ଆଦିବାସୀ ମହିଳା ।

jack fruit becomes source of income in keonjhar tribal area
ଆଦିବାସୀ ମହିଳାଙ୍କୁ ରୋଜଗାର ଦେଲା ପଣସ

By

Published : Jun 24, 2022, 8:41 PM IST

କେନ୍ଦୁଝର:ବଣ ଜଙ୍ଗଲ ଭରା ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା । ଏହି ପ୍ରାକୃତିକ ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ଆମ୍ବ, ପଣସ, ଚାର, ଜାମୁ ଆଦି ସଂଗ୍ରହ କରି ଆଦିବାସୀମାନେ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି । ଆଦିବାସୀ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ପଣସ । ଜଙ୍ଗଲରେ ଏଣେତେଣେ ପଡି ରହିଥିବା ପଣସକୁ ସଂଗ୍ରହ କରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ସେମାନେ ସ୍ବାବଲମ୍ବୀ ହେବା ସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି ।

ଆଦିବାସୀ ମହିଳାଙ୍କୁ ରୋଜଗାର ଦେଲା ପଣସ

ପଣସ ଏକ ଲାଭକାରୀ ଫଳ ହେବା ସହ ଏହାର ଚାହିଦା ମଧ୍ୟ ବେଶ ରହିଛି । ଏଠାରେ ପ୍ରଚୁର ପରିମାଣରେ ପଣସ ମିଳେ । କିନ୍ତୁ ଆଦିବାସୀ ଅଞ୍ଚଳରେ ଅଭାବୀ ବିକ୍ରି ଯୋଗୁଁ କମ ଦରରେ ବିକ୍ରିକରି ଲୋକେ କ୍ଷତି ସହିଛନ୍ତି । ସ୍ଥାନୀୟ ସ୍ଥରରେ ପଣସର ପ୍ରକ୍ରିୟାକରଣ ବ୍ୟବସ୍ଥା ଜଣା ନଥିବାରୁ ଏଗୁଡ଼ିକୁ ବହୁ ଦିନ ପର୍ଯ୍ୟନ୍ତ ସଂରକ୍ଷଣ ଓ ସୁରକ୍ଷିତ ରଖା ଯାଇପାରୁନଥିଲା । ଫଳରେ ଏଣେତେଣେ ପଡି ପଚି ନଷ୍ଟ ହେଉଯାଉଥିଲା । ଏବେ ସ୍ଥାନୀୟ ସ୍ଥରରେ ପ୍ରକ୍ରିୟାକରଣ କରାଯାଇ ବହୁ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ ।

ଏହା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ମଧ୍ୟ ଯୋଗାଇ ପାରିବ । ପଣସ ପ୍ରକ୍ରିୟାକରଣ ପାଇଁ ହାତ ବଢାଇଛି ସ୍ୱେଚ୍ଛାସେବୀ ସଂଗଠନ ଓସ୍କା । ଆଦିବାସୀ ମହିଳାଙ୍କୁ ନେଇ ଗଠିତ ଉତ୍ପାଦିକା ଗୋଷ୍ଠୀ ମାଧ୍ୟମରେ ତାଲିମ ପ୍ରଦାନ କରାଯାଉଛି । ପଣସରୁ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କୌଶଳ ତାଲିମ ଦିଆଯାଉଛି । ଶିବିରରେ ସୁଦୂର କର୍ଣ୍ଣାଟକରୁ ଆସିଥିବା ପ୍ରଶିକ୍ଷକ ତାଲିମ ପ୍ରଦାନ କରୁଛନ୍ତି । କଞ୍ଚା ଓ ପାଚିଲା ପଣସରୁ ଚିପ୍ସ, ପାମ୍ପଡ଼,ଦୋସା, ହାଲୁଆ,ସେକ, ପଣସ ଅଟା ଓ କଫି ପରି ବିଭିନ୍ନ ପ୍ରକାରର ଖାଦ୍ୟ ପକ୍ରିୟାକରଣର ତାଲିମ ନେଇଛନ୍ତି ଆଦିବାସୀ ମହିଳା ।

ଏହି ପ୍ରଶିକ୍ଷଣ ଶିବିର ପରେ ଗାଁ ରେ ଆଉ ପଣସକୁ ନଷ୍ଟ ନକରି ବ୍ୟବସାୟ ଯୁକ୍ତ ଖାଦ୍ୟ ନିର୍ମାଣ କରିପାରିବେ ବୋଲି ପ୍ରକାଶ କରିଛନ୍ତି ତାଲିମ ନେଉଥିବା ମହିଳା । ସବୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପକ୍ରିୟାକରଣ ତାଲିମ ଦେଇ ସମସ୍ତଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ ବୋଲି କହିଛନ୍ତି ପ୍ରଶିକ୍ଷକ । ଜିଲ୍ଲାରେ ଆଦିବାସୀ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ଓ ପଣସର ସଂରକ୍ଷଣ କରି ବଜାର ସୃଷ୍ଟି କରିବା ଲକ୍ଷ ବୋଲି ପ୍ରକାଶ କରିଛନ୍ତି ତାଲିମ ପ୍ରଦାନକାରୀ ସଂସ୍ଥା ଓସ୍କା । ଚିପ୍ସଠାରୁ ଆରମ୍ଭ କରି ପାମ୍ପଡ଼,ଦୋସା,ହାଲୁଆ,ସେକ, ପଣସ ଅଟା ଓ କଫି ପରି ଅନେକ ଜିନିଷ ପ୍ରସ୍ତୁତ କରୁଛନ୍ତି।

ଏଣିକି ଆଉ ନଷ୍ଟ ହେବନି ପଣସ, ପ୍ରଶିକ୍ଷଣ ଶିବିର ମାଧ୍ୟମରେ ତାଲିମ ନେଇ ବ୍ୟବସାୟ ଯୁକ୍ତ ଖାଦ୍ୟ ତିଆରି କରି କରିପାରିବେ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି । ଅନ୍ୟପଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରକ୍ରିୟାକରଣ ତାଲିମ ଦେଇ ସଭିଙ୍କୁ ସ୍ୱାବଲମ୍ବୀ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶିକ୍ଷକ କହିଛନ୍ତି । ଏହାଦ୍ବାରା ଜିଲ୍ଲାରେ ଆଦିବାସୀ ମହିଳାଙ୍କ ବିକାଶ ହେବାସହ ପଣସର ସଂରକ୍ଷଣ କରି ବଜାର ସୃଷ୍ଟି ହେବାରେ ସହାୟକ ହେବ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details