ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସଞ୍ଚିତ ଅର୍ଥ ଦାନକଲେ ୪ର୍ଥ ଶ୍ରେଣୀ ଛାତ୍ର ଇସାନ

କୋରୋନା ପ୍ରଭାବିତଙ୍କ ସହାୟତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଜ ପକେଟ ମନି ପ୍ରଦାନ କଲେ ଆନନ୍ଦପୁର ରାମଚନ୍ଦ୍ରପୁର ଗାଁର ଇଂଜିନିୟର ପାର୍ଥସାରଥୀ ରାଉତଙ୍କ ପୁଅ ଇସାନ କିସନ । ଅଧିକ ପଢନ୍ତୁ...

-fund
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସଂଚିତ ଅର୍ଥ ଦାନକଲେ ୪ର୍ଥ ଶ୍ରେଣୀ ଛାତ୍ର ଇସାନ

By

Published : Apr 20, 2020, 4:02 PM IST

ଆନନ୍ଦପୁର: ଦେଶରେ ପ୍ରତି କିଛି ସମୟର ବ୍ୟବଧାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ସରକାର ଚିନ୍ତିତ ଥିବାବେଳେ ସମସ୍ତ ସ୍ବାସ୍ଥ୍ୟକର୍ମୀ ମାନେ ଆକ୍ରାନ୍ତଙ୍କ ଚିକିତ୍ସାରେ ଦିନ ରାତି ଲାଗି ପଡିଛନ୍ତି । ଏଭଳି ପରିସ୍ଥିତିରେ ଦେଶର ଚାରି ଆଡୁ ସହଯୋଗର ହାତ ବଢିଛି । ଅନେକ ସ୍ଥାନରେ କୁନି କୁନି ପିଲା ମାନେ ମଧ୍ୟ ସେମାନଙ୍କ ପକେଟ ମନିରୁ ସଞ୍ଚୟ କରି ରଖିଥିବା ଟଙ୍କା ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରୁଥିବା ଦୃଷ୍ଟି ଗୋଚର ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସଂଚିତ ଅର୍ଥ ଦାନକଲେ ୪ର୍ଥ ଶ୍ରେଣୀ ଛାତ୍ର ଇସାନ

ସେହିଭଳି ଜଣେ କୁନି ଛୁଆ ହେଉଛନ୍ତି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଗାଁର , ଇଂଜିନିୟର ପାର୍ଥସାରଥୀ ରାଉତଙ୍କ ପୁଅ ଇସାନ କିସନ । ଇସାନ 4ର୍ଥ ଶ୍ରେଣୀରେ ପାଠ ପଢୁଥିବାବେଳେ ନିଜ ପକେଟ ଖର୍ଚ୍ଚରୁ ସଞ୍ଚିତ ଅର୍ଥକୁ କୋରୋନା ସହାୟତା ପାଇଁ ଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସଂଚିତ ଅର୍ଥ ଦାନକଲେ ୪ର୍ଥ ଶ୍ରେଣୀ ଛାତ୍ର ଇସାନ

ଆଜି(ସୋମବାର) କୋରୋନା ଇସାନ ଏହି ଅର୍ଥକୁ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଜମା କରିବାକୁ ପ୍ରଦାନ କରିଛନ୍ତି । ଏଥିସହ ତାଙ୍କ ପିତା ପାର୍ଥ ସାରଥୀ ମଧ୍ୟ ୧୦ ହଜାର ଟଙ୍କା ଚେକ ପ୍ରଦାନ କରିଛନ୍ତି । ତେବେ ଏହି କୁନି ପିଲାଟିର ଏପରି ମନୋଭାବକୁ ନେଇ ବେଶ ପ୍ରଶଂସା କରାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details