ଆନନ୍ଦପୁର:ଚାଷ କାମ ଯାହାର କେଡେ ସୁଖ ତାହାର, ହେଲେ ବର୍ତ୍ତମାନ ଏ ଉକ୍ତିଟି ଭୁଲ ପ୍ରମାଣିତ ହେଉଛି । ଚାଷକାମ ଯାହାର ସବୁ ଦୁଃଖ ତାହାର, କାରଣ ବର୍ତ୍ତମାନ ଚାଷ ପାଇଁ ଚାଷୀ ବହୁ ଅସୁବିଧା ସମ୍ମୁଖନ ହେଉଛି । କେନ୍ଦୁଝର ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ତାଳଗାଁର ଶତାଧିକ ଚାଷୀ । ଚାଷୀଙ୍କ ସୁବିଧା ପାଇଁ ତାଳଗାଁରେ ସରକାର କରିଥିଲେ ୩ଟି ଉଠା ଜଳସେଚନ । ଯାହା ଦ୍ବାରା ଚାଷ ଜମିକୁ ସହଜରେ ପାଣି ଯୋଗାଇ ପାରିବେ ଚାଷୀ । କିନ୍ତୁ ବିଭାଗୀୟ ଅଧିକାରୀ, ସ୍ଥାନୀୟ କୁଜିନେତା ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଫଳରେ ତାହା ଆଜି ପର୍ଯ୍ଯନ୍ତ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ନିମ୍ନ ମାନର କାମ ଓ ରକ୍ଷାବେକ୍ଷଣ ଅଭାବ ଯୋଗୁଁ ତାହା ପରିତ୍ୟକ୍ତ ଅବସ୍ଥାକୁ ଚାଲିଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଫଳରେ ଚାଷ ଜମିକୁ ପାଣି ଯୋଗାଇବା ଆଶା ଏବେ ମଉଳିଛି ।
ଫେଲ ମାରିଲା ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ - ଉଠା ଜଳସେଚନ ପ୍ରକଳ୍ପ
ପାଣିରେ ପଡିଲା ସରକାରଙ୍କର ଲକ୍ଷଲକ୍ଷ ଟଙ୍କା । ପରିତ୍ୟକ୍ତ ଅବସ୍ଥାକୁ ଚାଲିଗଲାଣି ତାଳଗାଁରେ ନିର୍ମିତ ହୋଇଥିବା ୩ଟି ଉଠା ଜଳସେଚନ । ଅଧିକ ପଢନ୍ତୁ...
![ଫେଲ ମାରିଲା ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ ଫେଲ ମାରିଲା ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ](https://etvbharatimages.akamaized.net/etvbharat/prod-images/768-512-12758813-thumbnail-3x2-p.jpg)
ଫେଲ ମାରିଲା ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ
ଫେଲ ମାରିଲା ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ
ଚାଷ ପାଇଁ ପାଣି ସମସ୍ୟା ଦୂର କରିବା ପାଇଁ ଚାଷୀ ମାନଙ୍କର ବହୁ ଦାବୀ ପରେ ସରକାର ୨୦୧୫ ମସିହା ଆର୍ଥୀକ ବର୍ଷରେ ୩ଟି ଉଠା ଜଳସେଚନ ପ୍ରକଳ୍ପ ଏଠାରେ କରିଥିଲେ । ହେଲେ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କିଏ ମୋଟର ପମ୍ପ ଓ ତାରକୁ ମଧ୍ୟ ଚୋରି କରି ନେଲେଣି । ସେଠାରେ ପଡିଥିବା ବିଦ୍ୟୁତ ଖୁଣ୍ଟ ଏବଂ ଭଙ୍ଗା ପାଇପ ଦେଖିଲେ ଏହା କେତେ ସଫଳ ହୋଇପାରୁଛି ତାହା ସ୍ପଷ୍ଟ ବାରି ହୋଇପଡୁଛି । ଏନେଇ ତୁରନ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପ୍ରକଳ୍ପ କିପରି କାର୍ଯ୍ୟକ୍ଷମ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ