ଓଡିଶା

odisha

ETV Bharat / state

ଜଳସେଚନରେ ଦୁର୍ନୀତି: କେନାଲ ନିର୍ମାଣରେ ଅର୍ଥ ଆତ୍ମସାତ ଅଭିଯୋଗ - ଜଳସେଚନରେ ଦୁର୍ନୀତି

ବର୍ତ୍ତମାନ ସବୁଠି ମହମାରୀ କୋରୋନା ଚିନ୍ତା ବଢାଇଛି । ଏହି ମହାମାରୀ ସମୟରେ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଥିବାବେଳେ ଚାଷ କାର୍ଯ୍ୟକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି । ମାତ୍ର ସରକାରଙ୍କ ଏହି କାର୍ଯ୍ୟରେ ଟଙ୍କା ଆତ୍ମସାତ ହେଉଥିବା ଅଭିଯୋଗ ହୋଇଛି ।

Irrigation problem in keonjhar
କେନାଲ ନିର୍ମାଣରେ ଅର୍ଥ ଆତ୍ମସାତ ଅଭିଯୋଗ

By

Published : Aug 4, 2020, 7:54 PM IST

କେନ୍ଦୁଝର: ବର୍ତ୍ତମାନ ସବୁଠି ମହାମାରୀ କୋରୋନା ଚିନ୍ତା ବଢାଇଛି । ଏହି ମହାମାରୀ ସମୟରେ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଥିବାବେଳେ ଚାଷ କାର୍ଯ୍ୟକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି । ସବୁ ବର୍ଷ ପରି ଚାଷୀ ମଧ୍ୟ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚାଷ ପାଇଁ ପାଣି ଆବଶ୍ୟକ ହେଉଥିବାବେଳେ ସରକାର କେନାଲ ବ୍ୟବସ୍ଥା କରିଛନ୍ତି କିନ୍ତୁ ଏହି କେନାଲକୁ ମରାମତି ନାଁରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି ।

କେନାଲ ନିର୍ମାଣରେ ଅର୍ଥ ଆତ୍ମସାତ ଅଭିଯୋଗ

ଏହି ଅଭିଯୋଗ ଆଣିଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ନିତ୍ୟାନନ୍ଦପୁର ଗ୍ରାମବାସୀ । ଗ୍ରାମର ଜଣେ ପ୍ରଭାବଶାଳୀ ଲୋକ କେନାଲ ମରାମତି ପାଇଁ ଆସିଥିବା 5 ଲକ୍ଷ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

କେନାଲ ମରାମତି ହୋଇପାରିନଥିବାରୁ ଜମି ଗୁଡିକୁ ପାଣି ନମାଡିବାରୁ ଚଳିତ ବର୍ଷ ଗ୍ରାମବାସୀ ଚାଷ କରିବାରେ ବହୁ ହଇରାଣ ହେଉଛନ୍ତି । ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଇଛନ୍ତି । ଏହାର ଶୀଘ୍ର ସମାଧାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details