ଓଡିଶା

odisha

ETV Bharat / state

Group Clash: ଏବେବି ଇଣ୍ଟରନେଟ ସେବା ବନ୍ଦ, 144 ଧାରା ଜାରି - କେନ୍ଦୁଝରରେ ଗୋଷ୍ଠୀ ସଂଘର୍ଷ

ଏବେବି ଅଶାନ୍ତ କେନ୍ଦୁଝର ସହର । ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ଯୋଡ଼ାରେ 144 ଧାରା ଜାରି ରହିବା ସହ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଅଧିକ ପଢନ୍ତୁ

internet service shutdown in keonjhar due to group class
Group Clash: ଏବେବି ଇଣ୍ଟରନେଟ ସେବା ବନ୍ଦ, 144 ଧାରା ଜାରି

By

Published : Apr 13, 2022, 11:44 AM IST

Updated : Apr 13, 2022, 12:31 PM IST

କେନ୍ଦୁଝର: ଏବେବି ଅଶାନ୍ତ କେନ୍ଦୁଝର ସହର । ଗତ ସୋମବାର ସାମ୍ପ୍ରଦାୟିକ ଦଙ୍ଗା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଥିଲା । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଥିବା ଜଣାପଡ଼ିଛି । ଅନ୍ୟପଟେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି କଡ଼ା ପଦକ୍ଷେପ ନେଇଛି।

ସହରର ବିଭିନ୍ନ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। 144 ଧାରା ଜାରି ରହିଥିବାରୁ ସମସ୍ତ ଯାନବାହନ ଚଳାଚଳ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି । ଇଣ୍ଟରନେଟ ସେବା ବିଚ୍ଛିନ୍ନ ହେବା ଯୋଗୁଁ କୌଣସି ନେଟୱାର୍କିଂ କାର୍ଯ୍ୟ ସମ୍ଭବ ହୋଇପାରୁନାହିଁ । ଗତକାଲି (ମଙ୍ଗଳବାର) ପୋଲିସ ପ୍ରଶାସନ ଏବଂ ଦୁଇ ଗୋଷ୍ଠୀର ଲୋକଙ୍କୁ ନେଇ ଶାନ୍ତି କମିଟି ବୈଠକ ବସିଥିଲା। ସନ୍ଧ୍ୟା 5ଟାରୁ ରାତି 7ଟା ଯାଏ କଟକଣା କୋହଳ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ସମୟରେ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିଲା । ତେବେ ପୋଲିସ ଛାଉଣି ଭିତରେ ରହିଛି ପୁରା ଅଞ୍ଚଳ । ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ନେଇ ପୋଲିସ ପ୍ରଶାସନ ସତର୍କ ରହିଛି ।

ଏହା ମଧ୍ୟ ପଢ଼ନ୍ତୁGroup Clash: କେନ୍ଦୁଝରରେ ବନ୍ଦ ଇଣ୍ଟରନେଟ ସେବା, ଯୋଡାରେ ୧୪୪ ଧାରା ଲାଗୁ

ସୂଚନାଯୋଗ୍ୟ, ରାମନବମୀ ପାଳନ ସମୟରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ଏକ ଧାର୍ମିକ ଗୋଷ୍ଠୀ ରାମ ନବମୀ ଅବସରରେ ରବିବାର ଶୋଭାଯାତ୍ରା କରି ୱାର୍ଡ ନଂ ୪ରେ ଥିବା ଶିବ ମନ୍ଦିରକୁ ପତାକା ନେଇ ଯିବାକୁ ଚାହୁଁଥିଲେ । ହେଲେ ଏହାକୁ ଅନୁମତି ଦେଇନଥିଲା ପୋଲିସ । କେବଳ ୫ ଜଣ ପତାକା ନେଇ ମନ୍ଦିରକୁ ଯାଇପାରିବେ ବୋଲି ପୋଲିସ କହିଥିଲା । ତେବେ ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Apr 13, 2022, 12:31 PM IST

ABOUT THE AUTHOR

...view details