କେନ୍ଦୁଝର:ସମ୍ପୂର୍ଣ୍ଣ ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ ସେବା । ଗତ ଗୁରୁବାର ରାତି ୧୨ଟା ଠାରୁ ଏଯାବତ ଇଣ୍ଟରନେଟ ସେବାରୁ ବଞ୍ଚିତ ଜିଲ୍ଲାବାସୀ । ଖଣି ଅଞ୍ଚଳ ଯୋଡ଼ାରେ ସୋମବାର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ପରେ ଏହି ସେବା ବନ୍ଦ କରାଯାଇଛି । ରାମ ନବମୀରେ ମନ୍ଦିରକୁ ଧାର୍ମିକ ପତାକା ନେଇ ଯିବା ସମୟରେ ଘଟିଥିଲା ଏହି ଗୋଷ୍ଠୀ ସଂଘର୍ଷ ।
ସଂଘର୍ଷ ଘଟିଥିବା ସ୍ଥାନ ଯୋଡ଼ାରେ ଯିବା ଆସିବା ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ଏହାପରେ ଏଠାରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ବୁଧବାର ୧୦ଟା ପର୍ଯ୍ୟନ୍ତ ଏହି କଟକଣାକୁ ଲାଗୁ କରାଯାଇଛି । ଏହାସହିତ ଯୋଡ଼ାରେ ୧୪ ପ୍ଲାଟୁନ ଫୋର୍ସ ନିଯୋଜିତ ଥିବା ଜଣାପଡ଼ିଛି । ଗତ ସୋମବାର ଏହି ଅଞ୍ଚଳରେ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ପୋଲିସ ସ୍ଥିତି ନିୟନ୍ତ୍ରଣ ପାଇଁ ଫାଙ୍କା ଗୁଳିଚାଳନା ପରେ ଉଭୟ ପକ୍ଷରୁ ପୋଲିସ କର୍ମଚାରୀଙ୍କ ଉପରକୁ ପଥର ମାଡ଼ ହୋଇଥିଲା ।