କେନ୍ଦୁଝର: ସହରରେ ଥିବା ଏକ ଘରୋଇ କମ୍ପାନୀର କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ । ଏହା ସହ କମ୍ପାନୀର ମାଲିକଙ୍କ ଘର, ଯୋଡ଼ା ଓ ଭୁବନେଶ୍ୱର କାର୍ଯ୍ୟାଳୟରେ ଚଢ଼ାଉ ଜାରି ଥିବା ଜଣାପଡିଛି । କେନ୍ଦୁଝରଗଡ଼ ପୌରପାଳିକାର ପୂର୍ବତନ ଉପନଗରପାଳଙ୍କ ମାଲିକାନାରେ ସିଦ୍ଧି ରିଧି ନାମକ ଏହି କମ୍ପାନୀର ରହିଥିବା ଜଣାପଡିଛି । ଏହି କମ୍ପାନୀ ଟ୍ରାନ୍ସପୋର୍ଟିଂ ଓ ଖଣି ବ୍ୟବସାୟ କରୁଛି । କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ ନେଇ ଅଧିକ ତଥ୍ୟ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ଘରୋଇ କମ୍ପାନୀରେ ଆୟକର ବିଭାଗର ଚଢ଼ାଉ
କେନ୍ଦୁଝର ସହରରେ ଥିବା ଏକ ଘରୋଇ କମ୍ପାନୀର କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ । ଅଧିକ ପଢନ୍ତୁ
ଘରୋଇ କମ୍ପାନୀରେ ଆୟକର ବିଭାଗର ଚଢ଼ାଉ
ଇଟିଭି ଭାରତ, କେନ୍ଦୁଝର