ଓଡିଶା

odisha

ETV Bharat / state

Ragi Ladoo: ଆବାସିକ ଛାତ୍ରାବାସ ଖାଦ୍ୟରେ ସାମିଲ ହେଲା ମାଣ୍ଡିଆ ଲଡୁ - ଛାତ୍ରାବାସ ଖାଦ୍ୟରେ ସାମିଲ ହେଲା ମାଣ୍ଡିଆ ଲଡୁ

ଏସଟି ଓ ଏସସି ବିଦ୍ୟାଳୟରେ ସାମିଲ ହେଲା ମାଣ୍ଡିଆ ଲଡୁ ( Ragi Ladoo ) । ରାଜ୍ୟରେ ପାଇଲଟ ପ୍ରକଳ୍ପ ଭାବେ ପ୍ରଥମ କରି କେନ୍ଦୁଝର ଜିଲ୍ଲାର ଏସଟି, ଏସସି ହଷ୍ଟେଲ ଗୁଡିକରେ ଛାତ୍ର ଛାତ୍ରୀଙ୍କୁ ପୁଷ୍ଟିକର ମାଣ୍ଡିଆ ଲଡ଼ୁ ପ୍ରଦାନର ଶୁଭାରମ୍ଭ ହୋଇଛି। ଶୁଭାରମ୍ଭ କରିଛନ୍ତି କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ । ଅଧିକ ପଢନ୍ତୁ

Ragi Ladoo
Ragi Ladoo

By

Published : Oct 29, 2022, 9:32 PM IST

କେନ୍ଦୁଝର: ଏସଟି ଓ ଏସସି ବିଦ୍ୟାଳୟରେ ସାମିଲ ହେଲା ମାଣ୍ଡିଆ ଲଡୁ ( Ragi Ladoo ) । ରାଜ୍ୟରେ ପାଇଲଟ ପ୍ରକଳ୍ପ ଭାବେ ପ୍ରଥମ କରି କେନ୍ଦୁଝର ଜିଲ୍ଲା(Keonjhar District ) ର ଏସଟି, ଏସସି ହଷ୍ଟେଲ ଗୁଡିକରେ ଛାତ୍ର ଛାତ୍ରୀଙ୍କୁ ପୁଷ୍ଟିକର ମାଣ୍ଡିଆ ଲଡ଼ୁ ପ୍ରଦାନର ଶୁଭାରମ୍ଭ ହୋଇଛି। କୃଷି ଓ କୃଷକ ସଶକ୍ତି କରଣ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।

Ragi Ladoo: ଆବାସିକ ଛାତ୍ରାବାସ ଖାଦ୍ୟରେ ସାମିଲ ହେଲା ମାଣ୍ଡିଆ ଲଡୁ

ଏହାବି ପଢନ୍ତୁ- ଆସନ୍ତା ସୋମବାରରୁ ଜୟପୁରକୁ ଉଡ଼ିବ ବିମାନ, ଉତ୍ସାହିତ ଯାତ୍ରୀ

ସଦର ବ୍ଲକର ୩୫ ଟି ଏସଟି ଏବଂ ଏସସି ହଷ୍ଟେଲକୁ ପାଇଲଟ ପ୍ରକଳ୍ପ ଭାବେ ନିଆଯାଇ ଦିନକୁ ଗୋଟିଏ ପୁଷ୍ଟିକର ମାଣ୍ଡିଆ ଲଡୁ ପ୍ରଦାନ କରାଯିବାର ଯୋଜନା ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୩୩୪ ହଷ୍ଟେଲରେ ପ୍ରାୟ ୩୯ ହଜାର ପିଲା ଉପକୃତ ହେବେ। ଡିଏମଏଫ (District Mineral Foundation ) ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୂର୍ବରୁ କେନ୍ଦୁଝର ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପୁଷ୍ଟିକର ମାଣ୍ଡିଆ ଲଡୁ ସାମିଲ ହୋଇଛି।

ଏହାବି ପଢନ୍ତୁ- 458 କୋଟି ଭିତ୍ତିପ୍ରସ୍ତର ସ୍ଥାପନ ସହ 30 କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ସଂସ୍କୃତି ଭବନରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ । ଏହି ରାଗି ଲଡୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ବେଶ ସହାୟକ ହେବ ବୋଲି କହିଛନ୍ତି ସେ । କେନ୍ଦୁଝର ଜିଲ୍ଲା ଏପିସି (Agriculture production Center) ଭାବେ ସାରା ଭାରତରେ ପ୍ରଥମ ହୋଇଥିବାରୁ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହାବି ପଢନ୍ତୁ- ମାଛ ଚାଷ ଦେଲା ନୂଆ ପରିଚୟ, ଲୋକଙ୍କ ମୁହଁରେ ଫୁଟାଇଲେ ହସ

ଆଗାମୀ ଦିନରେ ମିଲେଟ ମିଶନରେ କେନ୍ଦୁଝର ସାରା ଦେଶରେ ଏକ ନମ୍ବର କରିବାକୁ ମିଶନ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ ଅରବିନ୍ଦ ପାଢୀ । ପରେ ସ୍ଥାନୀୟ ନରଣପୁର ସ୍ଥିତ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରାଗି ଲଡୁ ବଣ୍ଟନ କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

For All Latest Updates

ABOUT THE AUTHOR

...view details