କେନ୍ଦୁଝର: କେନ୍ଦ୍ର ସରକାର କୋଭିଡ୍ ଟିକା ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ପ୍ରଦାନ କରିବା ପରେ ଦେଶରେ ଆଶାର ସଞ୍ଚାର ହୋଇଛି । କୋଭିଡ୍ ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂର୍ବାଭ୍ୟାସ ଆରମ୍ଭ ହୋଇଛି ।
ଓଡ଼ିଶାର ମଧ୍ୟ ବିଭିନ୍ନ ଜିଲ୍ଲାରେ ଟୀକାକରଣ ପାଇଁ ପୂର୍ବାଭ୍ୟାସ ଶନିବାର ଠାରୁ ଆରମ୍ଭ କରାଯାଇଛି । ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଟୀକାକରଣ ପାଇଁ ପୂର୍ବାଭ୍ୟାସ କରାଯାଇଛି । କିପରି ଲୋକଙ୍କୁ ସୁରଖୁରରେ କୋଭିଡ୍ ନିୟମକୁ ମାନି ଟିକା ପ୍ରଦାନ କରାଯିବ ସେନେଇ ବ୍ୟାପକ ପୂର୍ବାଭ୍ୟାସ କରାଯାଇଛି ।