ଓଡିଶା

odisha

ଗାଁକୁ ନାହିଁ ରାସ୍ତା, ପୁଣି ଖଟିଆରେ ବୁହା ହେଲେ ରୋଗୀ

By

Published : Oct 6, 2020, 2:28 PM IST

ବାରମ୍ବାର କହିବା ସତ୍ତ୍ୱେ ଆନନ୍ଦପୁର ଘାଗରା ନାଳ ଉପରେ ନିର୍ମାଣ ହେଲାନି ପୋଲ । ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ ।

In Anandpur, the patient was carried in a bed to reach hospital
ଗାଁକୁ ନାହିଁ ରାସ୍ତା,ପୁଣି ଖଟିଆରେ ବୁହା ହେଲେ ରୋଗୀ

ଆନନ୍ଦପୁର: ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଆନନ୍ଦପୁର ବ୍ଲକ କଣ୍ଟିଆପାଳ ପଞ୍ଚାୟତ ପଇତାପାଣି ଗାଁର ପୁଣି ଜଣେ ରୋଗୀ ଖଟିଆରେ ବୁହାହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି ।

ଗାଁକୁ ନାହିଁ ରାସ୍ତା,ପୁଣି ଖଟିଆରେ ବୁହା ହେଲେ ରୋଗୀ

ପଇତାପାଣି ଗାଁର ମାର୍କଣ୍ଡ ହୋଙ୍କ 8ବର୍ଷର ଝିଅ ନନ୍ଦିନାକୁ ଭୀଷଣ ଜ୍ବର ହେବାରୁ ସେ ଯନ୍ତଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ରାସ୍ତା ନଥିବାରୁ ଗାଁରେ ଗାଡି ପହଞ୍ଚି ପାରିଲା ନାହିଁ, ଫଳରେ ରୋଗୀକୁ ଖଟିଆରେ ପ୍ରାୟ 1କିଲୋମିଟର ବୋହିକି ଆଣିବା ପରେ 108 ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା ।

କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଘାଗରା ନାଳ ଉପର ପୋଲ ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ଭୁଶୁଡି ଯାଇଥିବାରୁ ଗାଁ ଲୋକ ବହୁ ସମସ୍ୟା ଦେଇ ଗତି କରୁଛନ୍ତି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ

ABOUT THE AUTHOR

...view details