ଆନନ୍ଦପୁର: ରାତି ଅଧିଆ ବେଧଡକ ମୋରମ ଚୋରା ଚାଲାଣ । ତହସିଲଦାରଙ୍କ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ଚାଲିଛି ମୋରମ ଚୋରା ଚାଲାଣ । ରାଜସ୍ବ ବିଭାଗ ହାତବାନ୍ଧି ବସିଥିବା ବେଳେ ପୋଲିସ ଚଢ଼ାଉ ଜାରି ରଖିଛି ପୋଲିସ । ୩ ହାଇୱା ସମେତ ଗୋଟିଏ ପ୍ରୋକଲିନ ମେସିନକୁ ଜବତ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ।
ବେଧଡକ ଚାଲିଛି ମୋରମ ଚୋରାଚାଲାଣ, ନିରବଦ୍ରଷ୍ଟା ରାଜସ୍ବ ବିଭାଗ - Proclin Machine
ରାଜସ୍ବ ବିଭାଗର ଅଫିସ ନିକଟରୁ ଚାଲିଛି ବେଆଇନ ମୋରମ ଚାଲାଣ । ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟନୁଷ୍ଠାନ ଶୂନ ପରେ ଘଷିପୁରା ପୁଲିସ ପକ୍ଷରୁ ଚଢାଉ କରି ୩ଟି ହାଇୱା ସମେତ ପ୍ରୋକଲିନ ମେସିନକୁ ଜବତ କରିଛି । ଅଧିକ ପଢନ୍ତୁ...
ବେଧଡକ ଚାଲିଛି ମୋରମ ଚୋରାଚାଲାଣ, ନିରବଦ୍ରଷ୍ଟା ସାଜିଛି ରାଜସ୍ବ ବିଭାଗ
ବେଧଡକ ଚାଲିଛି ମୋରମ ଚୋରାଚାଲାଣ, ନିରବଦ୍ରଷ୍ଟା ସାଜିଛି ରାଜସ୍ବ ବିଭାଗ
ଘଷିପୁରା ତହସିଲ ଅନ୍ତର୍ଗତ ଚଉମୁହିଁ ଅଞ୍ଚଳର ଏକ ପଡିଆରୁ ARSS କମ୍ପାନୀ ରାଜସ୍ବ ବିଭାଗର ବିନା ଅନୁମତିରେ ରାତି ଅଧିଆ ଚୋରା ଚାଲାଣ କରୁଛି ମୋରମ । ଖବର ପାଇ ଘଷିପୁରା ଥାନାଧିକାରୀ ମନୋରଞ୍ଜନ ବିଷି ପୋଲିସ ଫୋର୍ସ ସହ ଚଢ଼ାଉ କରି ୩ଟି ହାଇୱା ସହ ଏକ ପ୍ରୋକଲିନ ମେସିନ ଜବତ କରିବା ସହ ସମସ୍ତ ଗାଡି ଗୁଡ଼ିକୁ ଘସିପୁରା ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।
ରାଜସ୍ୱ ବିଭାଗର ନିରବତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ