ଓଡିଶା

odisha

ETV Bharat / state

ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ, ଜଣେ ଗିରଫ - wood seized

କେନ୍ଦୁଝରର ତେଲକୋଇ ବନାଞ୍ଚଳରେ ବନ ବିଭାଗର ଚଢାଉ କରି ଏକ ଜଙ୍ଗଲରୁ ଦଶ ଲକ୍ଷ ଟଙ୍କାର ଚୋରା କାଠ ସହ କାଠକଟା ଯନ୍ତ୍ରାଶ ଜବତ କରିଛି । ଏ ଘଟଣାରେ ଜଡିତ 3 ଦୁର୍ବୃର୍ତ୍ତ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Sep 4, 2019, 4:53 PM IST

କେନ୍ଦୁଝର: ଜିଲ୍ଲାର ତେଲକୋଇ ବନାଞ୍ଚଳ ଅଧିନସ୍ଥ ସମାକୋଇ ସଂରକ୍ଷିତ ଜଙ୍ଗଲର ସୁନ୍ଦରିଆ ପାହାଡରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କରିଛି ବନବିଭାଗ । 5ଫୁଟ ଓସାର ଓ 6ଫୁଟ ଲମ୍ବର 4ଟି ଲଗ ସହ 35 ଖଣ୍ଡ ଚୌକାଠ ମଧ୍ୟ ଜବତ କରାଯାଇଛି ।

ବନ ବଭାଗର ଚଢ଼ାଉ ବେଳେ ଏ ଘଟଣାରେ ଜଡିତ 3 ଜଣ ଦୁର୍ବୃର୍ତ୍ତ ଫେରାର ହୋଇଯାଇ ଥିବା ବେଳେ ଜଣକୁ ଗିରଫ କରାଯାଇଛି।କିଛିଦିନ ହେବ ଜିଲ୍ଲା ବାହାରକୁ ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଖବର ପାଇବା ପରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଆଜି ଜଙ୍ଗଲରେ କାଠ କଟା ଯାଉଥିବା ନେଇ ବନବିଭାଗକୁ ଖବର ମିଳିବା ପରେ ସୁନ୍ଦରିଆ ଜଙ୍ଗଲରେ କରିଥିଲା ଅଚାନକ ଚଢ଼ାଉ । ଘଟଣାସ୍ଥଳରୁ କାଠକଟା ସରଞ୍ଜାମ ସହ ଜଣକୁ ଗିରଫ କରାଯାଇଛି । ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ହେବ ବୋଲି ଜଣାପଡିଛି । ଘଟଣାର ମାଷ୍ଟର ମାଇଣ୍ଡ କିଏ ସେ ନେଇ ତଦନ୍ତ ଆରମ୍ଭ କରିଛି ବନବିଭାଗ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details