ଓଡିଶା

odisha

ETV Bharat / state

ପାଟ୍ରୋଲିଂବେଳେ ଲକ୍ଷାଧିକ ଟଙ୍କାର ଶାଳ ଓ ପିଆଶାଳ କାଠ ଜବତ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର, ଭଗାମୁଣ୍ଡା ବନବିଭାଗର ମିଳିତ ଚଢାଉରେ ୭୦ ହଜାର ଟଙ୍କାର ଶାଳକାଠ ସହ ୧ଲକ୍ଷ ଟଙ୍କାର ପିଆଶାଳ କାଠ ଜବତ ।

By

Published : Oct 16, 2019, 3:40 PM IST

ବନବିଭାଗର ମିଳିତ ଚଢାଉ, ଲକ୍ଷାଧିକ ଟଙ୍କାର ଶାଳ ଓ ପିଆଶାଳ କାଠ ଜବତ

କେନ୍ଦୁଝର: ଦେଓଗାଁ ରେଞ୍ଜ ଅନ୍ତର୍ଗତ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ଗୋବରା ଓ ଗମ୍ଭାରୀଆ ଗାଁରେ ବନବିଭାଗର ଚଢାଉ । ହରିଚନ୍ଦନପୁର, ଭଗାମୁଣ୍ଡା ବନବିଭାଗର ମିଳିତ ଚଢାଉରେ ୭୦ ହଜାର ଟଙ୍କାର ଶାଳକାଠ ସହ ୧ଲକ୍ଷ ଟଙ୍କାର ପିଆଶାଳ କାଠ ଜବତ ।


ଖବର ଅନୁଯାୟୀ ଉକ୍ତ କାଠଗୁଡିକ ନିକଟସ୍ଥ ଜଙ୍ଗଲରୁ କାଟି ମାଫିଆମାନେ ଚୋରା ଚାଲାଣ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ହେଲେ ବନବିଭାଗର ପାଟ୍ରୋଲିଂ ଚାଲିଥିବାକୁ ନେଇ ଚୋରା ଚାଲାଣ କରିବାରେ ବିଫଳ ହୋଇଥିଲେ । ରବିବାର ରାତି ଆଳୁଘାଟି ନିକଟସ୍ଥ ଗୋବରା ହୁଡି ଉପରୁ ପିଆଶାଳ ଗଛ କଟାଯାଇ ଚୋରା ଚାଲାଣ କରିବା ପାଇଁ ମାଫିଆ ଉଦ୍ୟମ ଚଳାଇଥିଲେ । ହେଲେ ଡିଏଫଓ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗର ମିଳିତ ଚଢାଉ କରିଥିଲେ ।

ବନବିଭାଗର ମିଳିତ ଚଢାଉ, ଲକ୍ଷାଧିକ ଟଙ୍କାର ଶାଳ ଓ ପିଆଶାଳ କାଠ ଜବତ

ସେହିପରି ଗମ୍ଭରିଆ ନିକଟସ୍ଥ ଜଙ୍ଗଲରୁ ଶାଳଗଛ କାଟି ଚୋରା ଚାଲାଣ କରିବାକୁ ଉଦ୍ୟମ ଚଳାଇଥିଲେ । ହେଲେ ବନବିଭାଗର ଚାଲିଥିବା ପାଟ୍ରୋଲିଂକୁ ଦେଖି ମାଫିଆମାନେ ଘଟଣାସ୍ଥଳରୁ ପଳାଇଥିଲେ । ପାଟ୍ରୋଲିଂ ଟିମ୍ କାଠ ଗୁଡିକୁ ସାରାରାତି ଜଗିବା ସହ ଆଜି ଏକ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି । ଶାଳକାଠ ଗୁଡିକର ମୂଲ୍ୟ ୭୦ହଜାର ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ହରିଚନ୍ଦନପୁର ବନପାଳ ସୂଚନା ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details