ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବରେ ମାଙ୍କଡା ପଥର ଚାଲାଣ କାରବାର ବଢି ଚାଲିଥିଲା । ଏନେଇ ପୋଲିସ ଘଟଣାସ୍ଥଳରେ ଅଚାନକ ଚଢାଉ କରିଥିଲା । ଚଢାଉରେ ପାଞ୍ଚଟି ଟ୍ରାକ୍ଟର ସହ ଗୋଟିଏ ଜେସିବି ଜବତ ହୋଇଛି ।
ବେଆଇନ ଭାବରେ ମାଙ୍କଡା ପଥର ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ପୋଲିସ ଚାଲାଣକାରୀଙ୍କୁ ଧରିବା ପାଇଁ କିଛି ଦିନ ଦେବ ଯୋଜନା କରୁଥିଲା । ତେବେ ରବିବାର ରାତିରେ ଆନନ୍ଦପୁର ଉପଖଣ୍ଡରେ ମାଙ୍କଡା ପଥର କାରବାରର ଖବର ପାଇଥିଲା ପୋଲିସ ।