ଓଡିଶା

odisha

By

Published : Aug 8, 2021, 3:39 PM IST

ETV Bharat / state

NGT ନିର୍ଦ୍ଦେଶନାମା ପରେ ବେଆଇନ ମୋରମ ଖାଦାନ ଅଞ୍ଚଳ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ବେଆଇନ ପଥରଖାଦାନ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ । ଏନଜିଟିର ନିର୍ଦ୍ଦେଶନାମା ବେଆଇନ ମାଙ୍କଡା ପଥର ଏବଂ ମୋରମ ଖାଦାନ ଅ଼ଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ। ଅଧିକ ପଢନ୍ତୁ...

illegal  mines area visit districts level officials
NGT ନିର୍ଦ୍ଦେଶନାମା ପରେ ବେଆଇନ ଖାଦାନ ଅଞ୍ଚଳ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ଆନନ୍ଦପୁର:ବେଆଇନ ପଥରଖାଦାନ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ । ଏନଜିଟିର ନିର୍ଦ୍ଦେଶନାମା ପରେ ମଦନପୁର ସ୍ଥିତ ବେଆଇନ ମାଙ୍କଡା ପଥର ଏବଂ ମୋରମ ଖାଦାନ ପରିଦର୍ଶନ କରିଛନ୍ତି ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ।

NGT ନିର୍ଦ୍ଦେଶନାମା ପରେ ବେଆଇନ ଖାଦାନ ଅଞ୍ଚଳ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ମଦନପୁର ଜଙ୍ଗଲ ଜମିରୁ ଦୀର୍ଘଦିନ ଧରି ବେଆଇନ ଭାବେ ଏକର ଏକର ଜଙ୍ଗଲ ତଥା ପତିତ ଜମିରୁ ବେଆଇନ ଭାବେ ମାଙ୍କଡା ପଥର ଏବଂ ମୋରମ୍ ଖୋଳି କେତେକ ଅସାଧୁ ବ୍ୟକ୍ତି ଜିଲ୍ଲା ବାହାରକୁ ଚାଲାଣ କରିଆସୁଥିଲେ । ଏଥିନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ଥାନୀୟ ତହସିଲଦାର ଏବଂ ବନବିଭାଗ ତରଫରୁ ଚଢାଉ କରାଯାଇଥିଲା । ବେଆଇନ ଖଣିଜ ସମ୍ପଦର ଚୋରାଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ଟ୍ରାକ୍ଟର ,ପାୱାର ଟିଲର୍ ଏବଂ ଜେସିବି ମେସିନ ଜବତ କରାଯିବା ସହ ଅନେକ ବ୍ୟକ୍ତିଙ୍କୁ ଗିରଫ କରି ଏହି ଅଞ୍ଚଳରେ ୧୪୪ ଜାରୀ କରାଯାଇ ୨୯ ହେକ୍ଟର ପରିମିତ ଜମିରେ ଟ୍ରେଞ୍ଚ୍ ଖୋଳା ଯାଇଥିଲା।ଏନେଇ ସ୍ଥାନୀୟ ଅଞ୍ଚଳର ସୁଧାଂଶୁ ଶେଖର କୁଅଁର ଏନଜିଟିର ଦୃଷ୍ଟି ଆକର୍ଷଣ କରିଥିଲେ ।

ଏନଜିଟିର କଲିକତା ଶାଖା ଘଟଣାକୁ ଗୁରୁତ୍ବର ସହ ନେଇ ୨ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଆନନ୍ଦପୁର ଉପଜିଲ୍ଲାପାଳ ସରୋଜକୁମାର ଦତ୍ତ, ଘସିପୁରା ବିଡିଓ ଅସିତ୍ ମହାନ୍ତି,ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥିଙ୍କ ସମେତ ଅନେକ ଉଚ୍ଚ ପଦାଧିକାରୀ ଏହି ଅଞ୍ଚଳ ପରିଦର୍ଶନ କରିଥିଲେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details