କେନ୍ଦୁଝର: ଭିତ୍ତିଭୂମି ଅଭାବ ସାଙ୍ଗକୁ ବହୁ ସମସ୍ୟା ଯୋଗୁଁ ଆଜି ବି ବହୁ ଅଞ୍ଚଳରେ ଶିକ୍ଷା ପହଞ୍ଚିପାରି ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛି ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍ନୋ) । ଖଣିଜ ସମ୍ପଦ ଭରା କେନ୍ଦୁଝରରେ ଥିବା ବିଭିନ୍ନ ସଂସ୍ଥା ସହ ବୁଝାମଣା କରିଛି ଇଗ୍ନୋ ।
ଇଗ୍ନୋରେ ପଢିବେ କଏଦୀ - ଖଣିଜ ସମ୍ପଦ ଭରା କେନ୍ଦୁଝର
ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର । ଆଉ ଏହି ଅଧିକାର ଯେମିତି ସମସ୍ତଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛି ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ।
![ଇଗ୍ନୋରେ ପଢିବେ କଏଦୀ](https://etvbharatimages.akamaized.net/etvbharat/prod-images/768-512-4359171-thumbnail-3x2-kkkk.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ଏହି ସହୁ ସଂସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବ ଇଗ୍ନୋ । ଏହାସହ ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ପରୀକ୍ଷା ଦେବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି । ଖାଲି ଏତିକି ନୁହେଁ ବିଭିନ୍ନ ମାମଲାରେ ଜେଲ ଦଣ୍ଡ ଭୋଗୁଥୁବା କଏଦୀଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରିବ ଇଗ୍ନୋ । ଏଥିପାଇଁ କେନ୍ଦୁଝର ମୁଖ୍ୟ କାରାଗାରରେ ଏକ ଷ୍ଟଡି ସେଣ୍ଟର ଖୋଳାଯିବାର ଯୋଜନା ଥିବା ଇଗ୍ନୋ କର୍ତ୍ତୃପକ୍ଷ କହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ