କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀ-ସ୍ତ୍ରୀରେ ଝଗଡାରେ ବଳି ପଡିଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବାସନ ମଜାକୁ ନେଇ ସ୍ବାମୀ ଆକ୍ରମଣରେ ଘଟଣାସ୍ଥଳରେ ସ୍ତ୍ରୀର ଶୋଚନୀୟ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସରସ୍ବତୀ ବାରିକ ଏବଂ ହତ୍ୟାକାରୀ ସ୍ବାମୀ ଜିତେଶ ବାରିକ ବୋଲି ଜଣାପଡିଛି ।
ସ୍ବାମୀ ଆକ୍ରମଣରେ ସ୍ତ୍ରୀ ମୃତ - ସ୍ତ୍ରୀକୁ ହତ୍ୟା
ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା । କେନ୍ଦୁଝର ଜିଲ୍ଲା ହାଣ୍ଡିଭଙ୍ଗା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...
ସୂଚନାଯୋଗ୍ୟ, ଶନିବାର ବାସନ ମଜାକୁ ନେଇ ସମ୍ପୃକ୍ତ ସ୍ବାମୀ-ସ୍ତ୍ରୀ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ପରେ ଏହି ସାମାନ୍ୟ ବଚସା କାଳ ରୂପ ନେଇଥିଲା । ଝଗଡା ମଧ୍ୟରେ ସ୍ବାମୀଙ୍କ ଆକ୍ରମଣରେ ସରସ୍ବତୀ ପ୍ରାଣ ହରାଇଥିଲେ । ଏନେଇ ଖବର ପାଇବା ପରେ ମୃତକଙ୍କ ବାପଘର ଲୋକେ ଗାଁରେ ପହଞ୍ଚିଥିଲେ ଏବଂ ବିଲ ମଧ୍ୟରୁ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ମହିଳାଙ୍କ ବାପାଘର ଲୋକେ ତାଙ୍କ ସ୍ବାମୀଙ୍କ ସମେତ ଶାଶୁ-ଶ୍ବଶୁରଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ