କେନ୍ଦୁଝର: ଜିଲ୍ଲାରେ ଚଳିତ ବର୍ଷ ୧୩୦ ଟି ପରୀକ୍ଷାକେନ୍ଦ୍ର କରାଯାଇ ଥିବାବେଳେ ମୋଟ ୨୪୪୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ୧୧ ନୋଡାଲ ସେଣ୍ଟର କରାଯିବା ସହ ପ୍ରଶ୍ନପତ୍ରକୁ ୨୪ ଘଣ୍ଟିଆ ସୁରକ୍ଷା ଦିଆଯାଉଛି । ଏଥିସହ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି ।
ମାଟ୍ରିକ ପରୀକ୍ଷା: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ - କେନ୍ଦୁଝର ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି
ରାଜ୍ୟରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । କଡା ସୁରକ୍ଷା ମଧ୍ୟରେ କେନ୍ଦୁଝରେ ଜିଲ୍ଲାରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।
ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ
ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ
ପରୀକ୍ଷାର ପ୍ରଥମ ଦିନରେ ଓଡ଼ିଆ ଭାଷା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇଛନ୍ତି । ଅନ୍ୟପଟେ ବିଦ୍ୟାଳୟ ଗୁଡିକରେ ସୁରକ୍ଷା ମଧ୍ୟ କଡାକଡ଼ି କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ