ଓଡିଶା

odisha

ETV Bharat / state

ବନ୍ୟାରେ ଭାଙ୍ଗିଗଲା ଘର, ସରକାରୀ ସହାୟତା ଅପେକ୍ଷାରେ 8ରୁ ଉର୍ଦ୍ଧ୍ବ ଗାଁ - keonjhar news

ବନ୍ୟା ପରେ ପାଣି କମି ଯାଇଥିଲେ ସୁଦ୍ଧା କମିନି ଦୁଃଖଦୁର୍ଦ୍ଦଶା । ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ବେଲଦା ଗାଁରେ ରେ କ'ଣ ରହିଛି ବନ୍ୟାସ୍ଥିତି ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ..

ବନ୍ୟାରେ ଭାଙ୍ଗିଗଲା ଘର: ସରକାରୀ ସହାୟତା ଅପେକ୍ଷାରେ 8ରୁ ଉର୍ଦ୍ଧ୍ବ ଗ୍ରାମ
ବନ୍ୟାରେ ଭାଙ୍ଗିଗଲା ଘର: ସରକାରୀ ସହାୟତା ଅପେକ୍ଷାରେ 8ରୁ ଉର୍ଦ୍ଧ୍ବ ଗ୍ରାମ

By

Published : Aug 30, 2020, 5:17 PM IST

ଆନନ୍ଦପୁର: ଆନନ୍ଦପୁରର ରାଜଘାଟ ଠାରେ ବିପଦ ସଙ୍କେତ ଉପରେ ବୈତରଣୀ । ବିପଦରେ ତଳିଆ ଅଞ୍ଚଳ ଲୋକେ। ନିଶ୍ଚିତ ରୂପେ ବନ୍ୟା ଆଶଙ୍କାରେ ସେମାନେ ଥିବା ବେଳେ ସତସତିକା ବନ୍ୟା ପାଣି ମାଡି ଆସିଲା । ଦୀର୍ଘ ୩ ଦିନ ଧରି ଜଳବନ୍ଦୀ ହୋଇ ରହିଲେ ଅନେକ ଗାଁର ଲୋକେ। ଏବେ ପାଣି କମି ଯାଇଛି ମାଚ୍ର କମିନି ଦୁଃଖ ଦୁର୍ଦ୍ଦଶା। ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ବେଲଦା ଗାଁରେ ରେ କ'ଣ ରହିଛି ବନ୍ୟାସ୍ଥିତି ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ..

ବନ୍ୟାରେ ଭାଙ୍ଗିଗଲା ଘର: ସରକାରୀ ସହାୟତା ଅପେକ୍ଷାରେ 8ରୁ ଉର୍ଦ୍ଧ୍ବ ଗ୍ରାମ
ସୁଧୁରିଛି ବନ୍ୟା ସ୍ଥିତି ହେଲେ ବନ୍ୟା ଭାଙ୍ଗିଦେଇଛି ଗରିବ ଗୁରୁବାଙ୍କ ଘର । ବାଧ୍ୟ ହୋଇ ଲୋକେ ନିକଟସ୍ଥ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି । ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ତଳିଆ ଅଞ୍ଚଳ ବେଲଦା ଗାଁର । ଏଠି ବନ୍ୟା ପାଣି କମି ଯାଇଥିଲେ ସୁଦ୍ଧା ଦୁର୍ଦ୍ଦଶା ବଢିଛି । ଏପଟେ ବନ୍ୟା କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚି ପାରିନି ପ୍ରଶାସନ ଫଳରେ ଦି ଓଳି ଖାଇବା ପାଇଁ ହନ୍ତସନ୍ତ ଗାଁ ଲୋକେ ।ଲଘୁଚାପ ଜନିତ ବର୍ଷା କାରଣରୁ ଉଗ୍ର ରୂପ ଧାରଣ କରିଛି ବୈତରଣୀ । ଫଳରେ ତଳିଆ ଅଞ୍ଚଳରେ ଭରି ଯାଇଥିଲା ବନ୍ୟାପାଣି । ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବା ପାଇଁ ପ୍ରଶାସନ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ନିବେଦନ କରିଥିଲା । ତେବେ ଶାଳଦେଇ ପଞ୍ଚାୟତରେ ପ୍ରତ୍ୟେକ ଥର ବନ୍ୟାସ୍ଥିତି ଉପୁଜେ । ଚଳିତ ବର୍ଷ ବନ୍ୟାରେ ଏହି ପଞ୍ଚାୟତର 8ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀରେ 3 ଦିନ ଧରି ରହିଥିଲା । ବର୍ତ୍ତମାନ ପାଣି କମି ଯାଇଯାଇଥିଲେ ବି କମିନି ଦୁଃଖ ଦୁର୍ଦ୍ଦଶା ।ବନ୍ୟା ପୀଡିତ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପାଖରେ ଦାବି କରାଯାଇଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details