କେନ୍ଦୁଝର:ପରିବେଶ ସମ୍ପର୍କିତ ହାଉସ କମିଟି ସଦସ୍ୟଙ୍କ କେନ୍ଦୁଝର ଗ୍ରସ୍ତ କରିଛନ୍ତି । ଜିଲ୍ଲାରେ ପରିବେଶ ପ୍ରଦୂଷଣ ସ୍ଥିତି ସମୀକ୍ଷା କରି ନଦୀ ଜଳ ପ୍ରଦୂଷିତ ନେଇ ଉଦବେଗ ପ୍ରକାଶ କରିଛି କମିଟି ଅଧ୍ୟକ୍ଷ ମୋହନ ଚରଣ ମାଝୀ । ପରିବେଶ ସମ୍ପର୍କିତ ଓଡ଼ିଶା ବିଧାନସଭାର ହାଉସ କମିଟିର ସବ୍ କମିଟି ୨ କେନ୍ଦୁଝର ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଗସ୍ତରେ ଆସି ଯୋଡା ବଡ଼ବିଲ ଅଞ୍ଚଳର ଶିଳ୍ପାନୁଷ୍ଠାନ ଓ କାରଖାନା ପରିଦର୍ଶନ କରି ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାର ତଦାରଖ କରିଛନ୍ତି ।
ବୈଠକରେ ମତାମତ ରଖି ସବ କମିଟି ଅଧ୍ୟକ୍ଷ ମୋହନ ଚରଣ ମାଝୀ କହିଥିଲେ ଯେ, ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନା ଦ୍ଵାରା ଜଳବାୟୁ ଓ ଶବ୍ଦ ପ୍ରଦୂଷଣ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି । ଏ ସମ୍ପର୍କରେ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସବ୍ କମିଟି ବିଭିନ୍ନ ଶିଳ୍ପାନୁଷ୍ଠାନ, କଳକାରଖାନା ତଦାରଖ କରି ରିପୋର୍ଟ ପ୍ରଦାନ କରିବା ହେଉଛି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ତଦାରଖ କରିବାର ଉପଲବ୍ଧି ସମ୍ପର୍କରେ ଅବତାରଣା କରି ଶିଳ୍ପାନୁଷ୍ଠାନମାନଙ୍କ ଦ୍ଵାରା ବିଶେଷ କରି ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟମାବଳୀ ପାଳନ କରାଯାଉନାହିଁ । ତେଣୁ ଅସନ୍ତୋଷ ପ୍ରକାଶ କରିବା ସହିତ କାରୋ ଓ ଅରଡେଇ ନଦୀଜଳ ଦୂଷିତର କାରଣ ଏହି କଳକାରଖାନା ପାଇଁ ହେଉଥିବା କହିଥିଲେ ।
ଏଣୁ ପରିବେଶ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସବ୍ କମିଟି ସଦସ୍ୟ ନାଉରୀ ନାଏକ, ରେଙ୍ଗାଲି ବିଧାୟକ ଓ ଅନ୍ୟ ସଦସ୍ୟ ସଫେସରନ୍ ୱାଟର, ଟ୍ରିଟମେଣ୍ଟ ପ୍ଲାଣ୍ଟ ସେଟଲିଂ ପଏଣ୍ଟ, ଓ୍ବାଟର ରିଜର୍ଭରର ମନିଟରିଂ ସିଷ୍ଟମ ସଠିକ ପରିଚାଳନା ଉପରେ ଶିଳ୍ପାନୁଷ୍ଠାନ ଗୁଡିକ ବିଶେଷ ଗୁରୁତ୍ବ ଦେବାକୁ କହିଥିଲେ । ଏଥିନେଇ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସରକାର ପଦାଧିକାରୀ, କର୍ତ୍ତୃପକ୍ଷ ତଥା ସମସ୍ତଙ୍କ ସହଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିବ ବୋଲି ସବ୍ କମିଟି ମତବ୍ୟକ୍ତ କରିଥିଲେ ।