ଓଡିଶା

odisha

ETV Bharat / state

ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା, ରୋଗୀ ହନ୍ତସନ୍ତ - କେନ୍ଦୁଝର ଡାକ୍ତରଖାନା ଅସୁବିଧା

ଫୁଲଝରଠାରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲା ଯାଇଥିଲା । ଖୋଲା ହେବାର କିଛି ଦିନ ପର୍ଯ୍ୟନ୍ତ ଏଠାରେ ଡାକ୍ତର ଥିଲେ ହେଲେ ଏବେ ଡାକ୍ତରଙ୍କ ଯିବା ପରେ ଖାଲି ପଡିଛି ଡାକ୍ତରଖାନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Sep 28, 2019, 2:34 PM IST

କେନ୍ଦୁଝର: ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯିବ ସ୍ବାସ୍ଥ୍ୟସେବା । ଏଥିସହ ପ୍ରତି ମୁହୂର୍ତ୍ତରେ ରୋଗୀଙ୍କ ସେବା ପାଇଁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଉପସ୍ଥିତ ରହିବେ ଡାକ୍ତର । ଏପରି କିଛି ଡିଣ୍ଡିମ ପିଟି ଚାଲିଛନ୍ତି ସରକାର । ହେଲେ ବାସ୍ତବିକ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅଛି, ହେଲେ ରୋଗୀଙ୍କ ସେବା କରିବା ପାଇଁ ନାହାଁନ୍ତି ଡାକ୍ତର । ଏପରି ଅବସ୍ଥା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏହି ବ୍ଲକର ଫୁଲଝରଠାରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଥିଲା । ଖୋଲା ହେବାର କିଛି ଦିନ ପର୍ଯ୍ୟନ୍ତ ଏଠାରେ ଡାକ୍ତର ଥିଲେ ହେଲେ ଏବେ ଡାକ୍ତରଙ୍କ ଯିବା ପରେ ଖାଲି ପଡିଛି ଡାକ୍ତରଖାନା । ଏହାକୁ ଏବେ ଫାର୍ମାସିଷ୍ଟ ଓ ଜଣେ ଆଟେଣ୍ଡାଣ୍ଟ ଚଳାଉଛନ୍ତି । ଯାହାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଲୋକେ ।

ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ବାଧ୍ୟ ହୋଇ ବାଂଶପାଳ ବା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି ରୋଗୀ । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ମିଳୁ ନାହିଁ କୌଣସି ସୁଫଳ । ଏନେଇ ସିଡିଏମଙ୍କୁ ପଚରା ଯିବାରୁ ସମ୍ପୃକ୍ତ ଆରୋଗ୍ୟ କେନ୍ଦ୍ର ପାଇଁ ଜଣେ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ଉତ୍ତର ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details