ଓଡିଶା

odisha

କୋଭିଡ ପଜିଟିଭ ବୋଲି ତଡିଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ: ରାସ୍ତା କଡରେ ପ୍ରସବ ପରେ ଶିଶୁ ମୃତ

By

Published : Oct 7, 2020, 10:02 AM IST

ମରିଗଲା ମାନବିକତା । କୋଭିଡ୍ କାଳରେ ଯନ୍ତ୍ରଣାରେ ଜନନୀ । ପଜିଟିଭ୍ ଚିହ୍ନଟ ପରେ ମେଡିକାଲରୁ ଧକ୍କା ମାରି ବାହାର କରିଦିଆଗଲା । ଯାହାଫଳରେ ରାସ୍ତା କଡ଼ରେ ମହିଳା କଲେ ସନ୍ତାନ ପ୍ରସବ । ଆଉ ଦୁଃଖଦ ବିଷୟ ଯେ, ଜନ୍ମର କିଛି କ୍ଷଣ ପରେ ନବଜାତକର ମୃତ୍ୟୁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯୋଡ଼ା ଖଣି ଅଞ୍ଚଳରେ ।

ତଡିଦେଲେ ଡାକ୍ତରଖାନା କତ୍ତୃପକ୍ଷ: ରାସ୍ତା କଡରେ ଗର୍ଭବତୀ ପ୍ରସବ କଲେ ମୃତ ଶିଶୁ
ତଡିଦେଲେ ଡାକ୍ତରଖାନା କତ୍ତୃପକ୍ଷ: ରାସ୍ତା କଡରେ ଗର୍ଭବତୀ ପ୍ରସବ କଲେ ମୃତ ଶିଶୁ

କେନ୍ଦୁଝର: ମରିଗଲା ମାନବିକତା । କୋଭିଡ୍ କାଳରେ ଯନ୍ତ୍ରଣାରେ ଜନନୀ । ପଜିଟିଭ୍ ଚିହ୍ନଟ ପରେ ମେଡିକାଲରୁ ଧକ୍କା ମାରି ବାହାର କରିଦିଆଗଲା । ଯାହାଫଳରେ ରାସ୍ତା କଡ଼ରେ ମହିଳା କଲେ ସନ୍ତାନ ପ୍ରସବ । ଆଉ ଦୁଃଖଦ ବିଷୟ ଯେ, ଜନ୍ମର କିଛି କ୍ଷଣ ପରେ ନବଜାତକର ମୃତ୍ୟୁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯୋଡ଼ା ଖଣି ଅଞ୍ଚଳରେ ।

କେନ୍ଦୁଝର ଲୋକଙ୍କ ପାଇଁ ଅଭିଶାପ ପାଲଟିଛି ଖଣି । କୋଟି କୋଟି ଟଙ୍କାର ରାଜସ୍ବ ନେଇ ଆଖିବନ୍ଦ୍ କରି ବସିଛି ସରକାର। ଗରିବ ଖଟିଖଆ ମାନଙ୍କ ପାଇଁ ଅଭିଶାପ ହେଇଛି ଡି ଏମ୍ଏଫ୍ ଫଣ୍ଡ, କୋଟି କୋଟି ଟଙ୍କା ଗଚ୍ଛିତ ଥିଲେ ମଧ୍ୟ କାମରେ ଆସୁନାହିଁ ଖଣି ଅଞ୍ଚଳ ବାସୀଙ୍କର ।

ତଡିଦେଲେ ଡାକ୍ତରଖାନା କତ୍ତୃପକ୍ଷ: ରାସ୍ତା କଡରେ ଗର୍ଭବତୀଙ୍କ ପ୍ରସବ ପରେ ଶିଶୁ ମୃତ

ପ୍ରକାଶ ଯେ, ଜୁରୁଡି ଆଇ ଟି ସି ଅଞ୍ଚଳର ଏକ ମହିଳା ସୁକୁମାତି ପୂର୍ତ୍ତିଙ୍କୁ ପ୍ରସବ ପାଇଁ ଯୋଡ଼ା ସ୍ଥିତ କମାର ଯୋଡ଼ା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ଚିକିତ୍ସା ହୋଇ ନ ପାରିବାରୁ ଡାକ୍ତର ତାଙ୍କୁ ଯୋଡ଼ା ସ୍ଥିତ ଟାଟା କମ୍ପାନୀ ଡାକ୍ତରଖାନାକୁ ପଠାଇ ଦେଇଥିଲେ।

ତେବେ ଟାଟା କମ୍ପାନୀ ଡାକ୍ତରଖାନାରେ ପ୍ରଥମେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା । ଦୁଃଖର ବିଷୟ ଯେ ଉକ୍ତ ମହିଳାଙ୍କ କୋଭିଡ୍ ପଜିଟିଭ୍ ଜାଣିଲା ପରେ ତାଙ୍କୁ ଡାକ୍ତରଖାନାରୁ ତଡ଼ି ଦିଆଯାଇଥିଲା । ଉକ୍ତ ମହିଳା ଜଣକ ଠିକରେ ଚାଲି ପାରୁ ନଥିବାବେଳେ ବଡ଼ କଷ୍ଟରେ ସେ ନିଜ ଶାଶୁଙ୍କ ସହ ଆସୁଥିବା ସମୟରେ ମାତ୍ରାଧିକ ଯନ୍ତ୍ରଣା ଅନୁଭବ ହେବାରୁ ରାସ୍ତା କଡରେ ହିଁ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ । ହେଲେ କିଛି ସମୟ ପରେ ଜନ୍ମିତ ପୁତ୍ରଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏପରି ଏକ ମର୍ମାହତ ଘଟଣାକୁ ସ୍ଥାନୀୟ ବାସିନ୍ଦା ଦେଖି ଗଣମାଧ୍ୟମକୁ ଖବର ଦେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ । ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details