ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ୧୦୦ଫୁଟ୍ ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର - କେନ୍ଦୁଝର ଖବର

କେନ୍ଦୁଝରରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର । ଚାଳକ ସହ ମେସିନ୍ ଅପରେଟର ଗୁରୁତର । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଅଧିକ ପଢନ୍ତୁ...

hitachi-machine-loaded-troler-accident-in-kendujhar
ଭାରସାମ୍ୟ ହରାଇ ୧୦୦ଫୁଟ୍ ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର

By

Published : Jun 13, 2020, 9:00 PM IST

କେନ୍ଦୁଝର: ଭାରସାମ୍ୟ ହରାଇ ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର । କେନ୍ଦୁଝର ଜିଲ୍ଲା ନରଣପୁର ଠାରୁ ହରିଚନ୍ଦନପୁର ରାସ୍ତାର କୁଆଝରଣ ଘାଟିରେ ଦୁର୍ଘଟଣା ଯୋଗୁଁ ଚାଳକଙ୍କ ସହ ମେସିନ୍ ଅପରେଟର ଗୁରୁତର ହୋଇଛନ୍ତି।

ଭାରସାମ୍ୟ ହରାଇ ୧୦୦ଫୁଟ୍ ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର

ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପଦ୍ମପୁର ଠାରେ ଏଲଏଣ୍ଡଟି କମ୍ପାନୀର ହିଟାଚି ମେସିନଟି ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ଥିଲା । ସେଠାରେ କାର୍ଯ୍ୟ ସରିଯିବାରୁ ଆଜି ଅପରାହ୍ନ ସମୟରେ ହିଟାଚି ମେସିନଟି ଏକ ଟ୍ରଲର(ଓଡି ୨୯ ଇ ୮୩୯୭)ରେ ବୋଝେଇ ହୋଇ ଭୁବନେଶ୍ବର ପଟିଆ ଅଭିମୁଖେ ଯାଉଥିଲା । କୁଆଝରଣ ଘାଟିରେ କୌଣସି କାରଣରୁ ଭାରସାମ୍ୟ ହରାଇ ୧୦୦ଫୁଟ୍ ତଳକୁ ଖସି ଯାଇଥିଲା । ଫଳରେ ଟ୍ରଲର ଚାଳକଙ୍କ ସହ ସାଥିରେ ଥିବା ମେସିନ୍ ଅପରେଟର ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିବା ପରେ ଉକ୍ତ ରାସ୍ତା ଦେଇ ଆସୁଥିବା ଲୋକମାନେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇବା ସହ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗାଡ଼ି ମଧ୍ୟରୁ ଉଦ୍ଧାର କରି ରାସ୍ତା ଉପରକୁ ଆଣିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details