ଓଡିଶା

odisha

ETV Bharat / state

କିଡନୀ ରୋଗରେ ପୀଡିତ ବୈଷ୍ଣବ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ - କୀଡନୀ ରୋଗରେ ପିଡିତ ବୌଷ୍ଣବ

ଯନ୍ତ୍ରଣାରେ ଛଟପଟ କେନ୍ଦୁଝରର ବୈଷ୍ଣବ । କିଡନୀ ରୋଗରେ ହୋଇଛନ୍ତି ପୀଡିତ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି। ଅଧିକ ପଢନ୍ତୁ.....

helpless Vaishnav face financial problem for  kidney disease treatment
କିଡନୀ ରୋଗରେ ପିଡିତ ବୌଷ୍ଣବ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

By

Published : Jul 28, 2020, 1:21 PM IST

ଆନନ୍ଦପୁର : କିଡନୀ ରୋଗରେ ଆକ୍ରାନ୍ତ କେନ୍ଦୁଝର ନୂଆମାଳିଆ ଆଦିବାସୀ ସାହିର ବୈଷ୍ଣବ । ଚିକିତ୍ସା ପାଇଁ ଆର୍ଥ ସାଜିଛି ବାଧକ । ପ୍ରଥମେ ସ୍ତ୍ରୀ ପର କରି ଚାଲିଗଲେ । ମୂଲ ମଜୁରୀ କରି ଘର ଚଳୁଥିଲା । ହେଲେ,ଦଇବ ସାଜିଲା ବଇରୀ । ବର୍ଷେ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି ବୈଷ୍ଣବ । ଘରେ ୪ଜଣ ପିଲାଙ୍କ ପାଇଁ ଦୁଇ ଓଳି ଖାଇବା ଯୋଗାଡ କରିବା କାଠିକର ପାଠ ହୋଇ ପଡିଥିବା ବେଳେ,ନିଜର ଚିକିତ୍ସା କଥା ପଚାରେ କିଏ । ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବୈଷ୍ଣବ ଏବେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି । ବର୍ଷେ ହେଲା ବିଛଣାରେ ପଡି ଦିନ ଗଣୁଛନ୍ତି ବୈଷ୍ଣବ । ଔଷଧ ବିନା ବିଛଣାରେ ପଡି ଗୋଡ,ହାତ,ମୁହଁ ଫୁଲି ଗଲାଣି ।

କିଡନୀ ରୋଗରେ ପିଡିତ ବୌଷ୍ଣବ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଖାଦ୍ୟ ଅଭାବରେ ଘରେ ପଡି ରହିଛନ୍ତି ଚାରି ଜଣ ଛୁଆ । ବାଧ୍ୟ ହୋଇ ୧୨ବର୍ଷର ପୁଅ ପର ଘରେ ମୂଲ ଲାଗୁଛି । ଦୀର୍ଘ ଦିନ ଧରି ବିଛଣାରେ ପଡି ରହିଥିଲେ ସୁଦ୍ଧା ସରକାରୀ ସହାୟତା ମିଳି ପାରିନାହିଁ । ଏକ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ତାଙ୍କୁ ଆର୍ଥିକ ସହାୟତା ଦିଆଯାଇଛି । ହେଲେ,ତାହା ସମୁଦ୍ରକୁ ସଙ୍ଖେ । ବୈଷ୍ଣବଙ୍କ ତୁରନ୍ତ ଚିକିତ୍ସା କରାଯିବା ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details