ଆନନ୍ଦପୁର: କେତେ ଆଶା ଥିଲା ପକ୍କା ଘରଟିଏ ହବ ଆଉ ଶୀତ ବର୍ଷା ଦାଉରୁ ରକ୍ଷା ମିଳିବ। ସରକାରୀ ବାବୁ ମାନଙ୍କ କହିବା ପରେ ସୁଧ ଟଙ୍କାରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ୟ ହେଲା । ହେଲେ ବିଲ୍ ପାଇଁ ବ୍ଲକ ଧାଇଁ ଧାଇଁ ଶେଷରେ ଜାଣିବାକୁ ମିଳିଲା ଟଙ୍କା ଆଉ କାହା ପାଖକୁ ପଳାଇଛି। ନାଁ ଏବେ ପରିବାର ଚଳେଇ ହେଉଛି ନାଁ ସୁଧରେ ଆଣିଥିବା ଟଙ୍କାର ସୁଧ ସୁଝି ହେଉଛି। ଆବାସ ଯୋଜନାରେ ସାମିଲ ହୋଇ ଦୁଃଖରେ କାଳାତିପାତ କରୁଛନ୍ତି ଜଣେ ଆଦିବାସୀ ବ୍ୟକ୍ତି ।
ଜଣକ ନାଁରେ ଆସିଲା ଆବାସ, ଆଉ କାହା ଖାତାକୁ ଗଲା ଟଙ୍କା - ପ୍ରଧାନମନ୍ତ୍ରୀ ଆବାସ ଦୁରନୀତି
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଓସ୍ତପୁରା ଗାଁର ବିଦା ଟୁଡୁ ଜଣେ ଅସହାୟ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଦୁଇ ପୁଅ ବାହାର ରାଜ୍ୟରେ ରହି ଦାଦନ ଶ୍ରମିକ ଭାବେ କାମ କରନ୍ତି । ସରକାରୀ ଲୋକଙ୍କ କହିବା ଅନୁସାରେ ଟଙ୍କା ସୁଧରେ ଆଣି ପକ୍କାଘରଟିଏ କରିଦେଲ । ହେଲେ ଘର ଟଙ୍କା ଗଲା ଆଉ କାହା ଖାତାକୁ । ଅଧିକ ପଢନ୍ତୁ...
ଜଣକ ନାଁରେ ଆସିଲା ଆବାସ, ଆଉ କାହା ଖାତାକୁ ଗଲା ଟଙ୍କା
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ