କେନ୍ଦୁଝର: ନିଯୁକ୍ତି ସମୟରେ ହୋଇଥିବା ଚୁକ୍ତିରୁ ଓହରିଲା ଠିକା ସ୍ୱାସ୍ଥ୍ୟ ସଂସ୍ଥା । ଏବେ ହକ୍ ମାଗିଲେ ମିଳୁଛି ଧମକ । ଏପରି ଅଭିଯୋଗ ଆସିଛି କେନ୍ଦୁଝରର ରାଙ୍କି ସ୍ଥିତ କୋଭିଡ଼ ମେଡ଼ିକାଲରୁ ।
ମହାମାରୀ କୋରୋନାରୁ ଜିଲ୍ଲାବାସୀଙ୍କୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ କେନ୍ଦୁଝର ଡିଏମଏଫରୁ ଦିନକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉତ୍କଳ ହସ୍ପିଟାଲ ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି । ଏହି ଘରୋଇ ସଂସ୍ଥା ସାଧାରଣ ସେବା ଓ ହାଉସ କିପିଙ୍ଗ ପାଇଁ ୪୬ ଜଣ ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି ଦେଇଥିଲା । ଚୁକ୍ତି ଥିଲା ଦିନକୁ ୮ ଘଣ୍ଟା କାମ ପାଇଁ ୧୮ ହଜାର ଟଙ୍କା ଦରମା । ତା’ ସାଙ୍ଗକୁ ରହିବା ଓ ଖାଇବା ମାଗଣା । ହେଲେ ଦିନକୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରାଉଛି ଏହି ସଂସ୍ଥା ।