ଓଡିଶା

odisha

By

Published : Nov 9, 2019, 3:01 PM IST

ETV Bharat / state

କେନ୍ଦୁଝର ଜିଲ୍ଲା ଗସ୍ତରେ ସ୍ବାସ୍ଥ୍ୟବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି

ସ୍ବାସ୍ଥ୍ୟବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛି । ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ପରିଦର୍ଶନ କରିବା ସହ ରୋଗୀଙ୍କ ସହ ମିଶିଛନ୍ତି । କେନ୍ଦୁଝର ନୂତନ ମେଡିକାଲ କଲେଜ ଆରମ୍ଭ କରାଯିବ କହିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ସ୍ବାସ୍ଥ୍ୟ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛି । ବିଧାନସଭାର ଏହି କମିଟି କେନ୍ଦୁଝର ଜିଲ୍ଲାର ବିଭିନ୍ନ ମେଡ଼ିକାଲ ବୁଲି ତର୍ଜମା କରିବା ସହ ସ୍ବାସ୍ଥ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେମାନେ ଯୋଡ଼ା ବ୍ଲକ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚିମିଳା ସ୍ବାସ୍ଥ୍ୟ କେନ୍ଦ୍ର, ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଏବଂ ଭଣ୍ଡାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

ସ୍ବାସ୍ଥ୍ୟ ବିଭାଗ ବିଧାନସଭାର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ନେତୃତ୍ବରେ କୁସୁମ ଟେଟେ, ସୁଧାଂଶୁ ଶେଖର ପରିଡ଼ା, ମିନାକ୍ଷୀ ମହାନ୍ତ, ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଦିଲୀପ ଷଡ଼ଙ୍ଗୀ, ଅତିରିକ୍ତ ସଚିବ ହରପ୍ରସାଦ ପଟ୍ଟନାୟକ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଯାଇ ସ୍ଥିତି ପରଖିଥିଲେ । ଏହି କମିଟିର ସଦସ୍ୟମାନେ ଡାକ୍ତରଖାନାର ବିଭିନ୍ନ ବିଭାଗ ଏବଂ ୱାର୍ଡ଼ ବୁଲିବା ସହ ରୋଗୀଙ୍କ ସହ କଥା ହୋଇ ଔଷଧ ବିତରଣ ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ । ଏଥି ସହିତ ବିଭିନ୍ନ ସୁବିଧା ଅସୁବିଧାକୁ ନେଇ ଡାକ୍ତର ଏବଂ ସ୍ଥାନୀୟ ନାଗରିକଙ୍କ ସହ ଆଲୋଚନା କରିଥିଲେ । ଏହାପରେ କମିଟି କେନ୍ଦୁଝର ଦରବାର ହଲ ଠାରେ ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ, ଜଳଯୋଗାଣ, ଶିଶୁ ଓ ମାତୃ ମଙ୍ଗଳ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । କମିଟିର ସଦସ୍ୟମାନେ ବୁଲିଥିବା ସମସ୍ତ ମେଡିକାଲରେ ସ୍ବଚ୍ଛତା ଉପରେ ଖୁସି ବ୍ୟକ୍ତ କରିବା ସହ ସାଧାରଣ ଲୋକଙ୍କୁ ଠିକ ବ୍ୟବହାର କରିବା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି।

ଆଗାମୀ ଦିନରେ କେନ୍ଦୁଝରରେ ମେଡିକାଲ କଲେଜ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବ ବୋଲି କମିଟି ବୈଠକରେ ଘୋଷଣା କରିଛନ୍ତି । ଏହା ସହ ଭଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ କମିଟି ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଏହାକୁ ପୁରସ୍କୃତ ପାଇଁ ସୁପାରିଶ କରାଯିବ ବୋଲି ପ୍ରକାଶ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details