ଓଡିଶା

odisha

By

Published : Jul 18, 2019, 3:00 PM IST

ETV Bharat / state

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା: ପ୍ରଧାନଶିକ୍ଷକ ଗିରଫ

କେନ୍ଦୁଝରରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା କରି ପ୍ରଧାନଶିକ୍ଷକ ଗିରଫ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା କରି ପ୍ରଧାନଶିକ୍ଷକ ଗିରଫ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅଞ୍ଚଳର ।

ସୂଚନା ଅନୁଯାୟୀ, କାଞ୍ଜିପାଣି ଥାନା ନିକଟସ୍ଥ ଏକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ବହୁବାର ପାଣି ପିଇବାକୁ ମାଗି ତାଙ୍କ ସହ ଅସଦାଚରଣ କରିଥାନ୍ତି । ଏହି ଘଟଣା ନେଇ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଏନେଇ କାଞ୍ଜିପାଣି ଥାନାରେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେବେ ଏହି ଅଭିଯୋଗ ଆଧାରରେ ପୋଲିସ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ମହାନ୍ତଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details