ଆନନ୍ଦପୁର: କେନ୍ଦୁଝର ଆନନ୍ଦପୁରର ଏକ ବେସରକାରୀ ସ୍କୁଲର ନିଆରା ପ୍ରୟାସ । ହାଟର ଅନୁଭୂତି ସହ ଅଭିଜ୍ଞତା ସାଉଁଟିବାକୁ ସ୍କୁଲ ପରିସରରେ କରିଛନ୍ତି ହାଟ । ଯେଉଁଠି ସ୍କୁଲ ପିଲାମାନେ ନିଜେ ହିଁ ପନିପରିବା ଠୁ ଆରମ୍ଭ କରି ହାଟରେ ପଡୁଥିବା ଜଳଖିଆ, ବନଜାତ ଦ୍ରବ୍ୟ ଆଦି ବିକ୍ରି କରିଛନ୍ତି । ତେବେ ଏହା ସମ୍ପୃକ୍ତ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ହାଟବଜାର ବିଷୟରେ ପ୍ରତ୍ୟେକ୍ଷ ଜ୍ଞାନ ସୃଷ୍ଟି କରିବା ପାଇଁ କରାଯାଇଥିବା ଜଣାପଡିଛି ।
ଡିଜିଟାଲ ଯୁଗରେ ଲୋକମାନେ ଘରେ ବସି ଅନଲାଇନ ମାଧ୍ୟମରେ ଲୁଣଠୁ ଆରମ୍ଭ କରି ଲବଙ୍ଗ ପର୍ଯ୍ୟନ୍ତ ଘରର ଯାବତୀୟ ଜିନିଷ ପତ୍ର ହାତପାହାନ୍ତାରେ ପାଇପାରୁଛନ୍ତି | ଏଭଳି ସ୍ଥିତିରେ ପିଲାମାନଙ୍କର ମାପ ଓ ଓଜନ ସମ୍ବନ୍ଧୀୟ ଜ୍ଞାନ ତଥା ଖୁଚୁରା ହିସାବ ସମ୍ବନ୍ଧୀୟ ଜ୍ଞାନ ହ୍ରାସ ପାଉଛି । ଯାହାକୁ ଲକ୍ଷ୍ୟ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଜ୍ଞାନର ବିକାଶ କରିବା ଲାଗି ଏହି ପ୍ରୟାସ କରାଯାଇଛି ।