ଓଡିଶା

odisha

ETV Bharat / state

ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା: ଅଭିଯୁକ୍ତ କୋର୍ଟଚାଲାଣ - ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ ଅଭିଯୁକ୍ତ ଶରତ ନାହାକ କୋର୍ଟ ଚାଲାଣ । ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Oct 22, 2019, 7:55 PM IST

Updated : Oct 22, 2019, 8:18 PM IST

କେନ୍ଦୁଝର: ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଜଣକ ହରିଚନ୍ଦନପୁର ଅଞ୍ଚଳର ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିଲେ । ଛାତ୍ରୀ ଜଣଙ୍କର ବାରମ୍ବାର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ଏହାକୁ ନେଇ ଛାତ୍ରୀ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ଗର୍ଭବତୀ ହୋଇଥିବା ଜାଣିବାକୁ ପାଇଥିଲେ । ଏଥିସହ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘଟଣା ସମ୍ପର୍କରେ ସମ୍ପୃକ୍ତ ବିଦ୍ୟାଳୟର କର୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା ।

ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରଧାନ ଶିକ୍ଷକ ପରିବାର ଲୋକଙ୍କୁ ଜଣାଇବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଘଟଗାଁ ଏସଡିପିଓ ହରିଚନ୍ଦନପୁର ପୋଲିସ ସହ ମିଶି ତଦନ୍ତ କରିଥିଲେ । ପୀଡିତାଙ୍କ ଗାଁର ଅଭିଯୁକ୍ତ ଶରତ ନାହାକ ତାଙ୍କୁ ଦୁଷ୍କର୍ମ କରିଥିବା ତଦନ୍ତ ପରେ ଜଣାପଡିଥିଲା । ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଛାତ୍ରୀ ଜଣଙ୍କ ଗର୍ଭବତୀ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟ କର୍ତୃପକ୍ଷ କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Oct 22, 2019, 8:18 PM IST

ABOUT THE AUTHOR

...view details