ଓଡିଶା

odisha

ETV Bharat / state

ନବବଧୂଙ୍କୁ ହତ୍ୟା ଅଭିଯୋଗ ଆଣିଲା ବାପଘର, ସୀମା ବିବାଦ ଯୋଗୁଁ ହୋଇନି ଅନ୍ତିମ ସଂସ୍କାର

ଶୋଇବା ଘରୁ ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ କଲେ ମହିଳାଙ୍କ ବାପଘର ଲୋକେ । ସେପଟେ ସୀମା ବିବାଦ ଯୋଗୁଁ ୨୦ ଘଣ୍ଟା ଧରି ପଡିରହିଛି ମୃତଦେହ । ଅଧିକ ପଢନ୍ତୁ...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

By

Published : Sep 28, 2021, 12:52 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦୀପପାଳ ଗାଁରେ ଜଣେ ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଶୋଇବା ଘରୁ ଉଦ୍ଧାର ହୋଇଛି ମହିଳାଙ୍କ ଝୁଲନ୍ତା ମୃତଦେହ । ମୃତକ ଗ୍ରାମର ହେମଲତା ବାରିକ । ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ ।

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୧୦ ତାରିଖରେ ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ପୁରୁଷୋତ୍ତମ ବୋଇତେଇଙ୍କ ଝିଅ ହେମଲତା ଘଷିପୁରା ଥାନା ଦୀପପାଳ ଗାଁର ବାଇଧର ବାରିକଙ୍କ ପୁଅ ହରିହରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ କୌଣସି କାରଣକୁ ନେଇ ହେମଲତାଙ୍କୁ ତାଙ୍କ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା । ତେବେ ସୋମବାର ମଧ୍ୟାହ୍ନ ସମୟରେ ମହିଳା ଜଣକ ନିଜ ଶୋଇବା ଘର ଫ୍ୟାନରେ ରଶି ଲଗାଇ ଝୁଲିଥିବା ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା ।

ପାରିପାର୍ଶ୍ବିକ ସ୍ଥିତିରୁ ହେମଲତା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ତାଙ୍କ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ ମହିଳାଙ୍କ ଶାଶୁଘର ଗ୍ରାମଟି ଅଧା କେନ୍ଦୁଝର ଜିଲ୍ଲା ଏବଂ ଅଧା ଯାଜପୁରରେ ଥିବାରୁ ସୀମା ବିବାଦ ସୃଷ୍ଟି ହୋଇଛି । ଏହି ବିବାଦ ଯୋଗୁଁ ଦୀର୍ଘ ୨୦ ଘଣ୍ଟା ଧରି ମୃତଦେହ ପଡିରହିଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details