ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କୁ ସହାୟତା ପାଇଁ ନିବେଦନ କଲେ ଅଭିଭାବକ - କେନ୍ଦୁଝର ଜିଲ୍ଲାପାଳ

କୋରୋନା କାରଣରୁ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଯାହାକୁ ନେଇ ପିଲାଙ୍କ ପାଠ ପାଢା ପାଇଁ ଉପଯୁକ୍ତ ଫି ଦେଇପାରିବାରେ ଅସମର୍ଥ ହେଉଛନ୍ତି ଅଭିଭାବକ ମାନେ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କୁ ସହାୟତା ପାଇଁ ନିବେଦନ କଲେ ଅବିଭାବକ
ଜିଲ୍ଲାପାଳଙ୍କୁ ସହାୟତା ପାଇଁ ନିବେଦନ କଲେ ଅବିଭାବକ

By

Published : Sep 23, 2020, 12:37 PM IST

ଆନନ୍ଦପୁର: 21 ତାରିଖରୁ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ପରିସ୍ଥିତିରେ କୋଭିଡ ଯୋଗୁଁ ଲୋକମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଥିବାବେଳେ, ଛାତ୍ରଛାତ୍ରୀଙ୍କ ନାମଲେଖା ନିମନ୍ତେ ଆବଶ୍ୟକୀୟ ଅର୍ଥ ଯୋଗାଡ଼ କରିବାରେ କିଛି ଅଭିଭାବକ ଅସମର୍ଥ ହେଉଥିବା ଦେଖିବାକୁ ମିଳିଛି ।

ଆନନ୍ଦପୁର ଉପଖଣ୍ଡର ସାଇଁକୁଳ ପତିତପାବନ ମହାବିଦ୍ୟାଳୟ ପୂର୍ବ ବର୍ଷ ମାନଙ୍କରେ ପରୀକ୍ଷା ଫଳ ଏବଂ କଟଅଫ ମାର୍କକୁ ନେଇ ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏହାର ନାମଲେଖା ଫି' କୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସାମ୍ପ୍ରତିକ ପରିସ୍ଥିତିରେ ପାଖ କଲେଜ ଗୁଡିକରେ ନାମଲେଖା ନିମନ୍ତେ କମ ଅର୍ଥ ନେଉଥିବା ବେଳେ ପତିତପାବନ ମହାବିଦ୍ୟାଳୟ କଳା ବିଭାଗ ନିମନ୍ତେ ୪୫୦୦ ଟଙ୍କା ଏବଂ ବିଜ୍ଞାନ ବିଭାଗ ନିମନ୍ତେ ୫ ହଜାର ଟଙ୍କା ନେଉଛନ୍ତି ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଜିଲ୍ଲାପାଳଙ୍କୁ ସହାୟତା ପାଇଁ ନିବେଦନ କଲେ ଅବିଭାବକ

କେନ୍ଦୁଝର ଭଳି ଜିଲ୍ଲା ଯେଉଁଠାରେ କୋଟି କୋଟି ଟଙ୍କାର ଖଣିଜ ପାରିପାର୍ଶ୍ବିକ ପାଣ୍ଠି ଖର୍ଚ୍ଚ ନ ହୋଇ ପଡ଼ି ରହିଛି । ଏହି ଅର୍ଥକୁ ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ବିନିଯୋଗ କରିବା ପାଇଁ ବୁଦ୍ଧିଜୀବୀ ମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ମହାବିଦ୍ୟାଳୟ କର୍ମଚାରୀଙ୍କ ବେତନ ଏବଂ ଉନ୍ନୟନ କାର୍ଯ୍ୟ ପାଇଁ ନାମଲେଖା ବାବଦରେ ଆଦାୟ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ, ଗତବର୍ଷର ନିର୍ଦ୍ଧାରିତ ନାମଲେଖା ଅର୍ଥକୁ ବୃଦ୍ଧି କରାଯାଇନଥିବା ସଫେଇ ଦେଇଛନ୍ତି ଅଧ୍ୟକ୍ଷ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details