ଓଡିଶା

odisha

ETV Bharat / state

ନାତି ଠେଙ୍ଗା ମାଡ଼ରେ ଜେଜେମା'ର ମୃତ୍ୟୁ - କେନ୍ଦୁଝର ଜେଜେମା ହତ୍ୟା ଘଟଣା

କେନ୍ଦୁଝର ଘସିପୁରା ଥାନା ଗୋହିରା ଗାଁରେ ନାତିର ଠେଙ୍ଗା ମାଡ଼ରେ ବୃଦ୍ଧ ଜେଜେମା'ର ମୃତ୍ୟୁ । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ...

ନାତି ଠେଙ୍ଗା ମାଡ଼ରେ ଜେଜେମା'ର ମୃତ୍ୟୁ
ନାତି ଠେଙ୍ଗା ମାଡ଼ରେ ଜେଜେମା'ର ମୃତ୍ୟୁ

By

Published : Oct 17, 2020, 4:51 PM IST

କେନ୍ଦୁଝର: ରକ୍ତ ଚିହ୍ନୁନି ରକ୍ତକୁ । ହଜିଯାଉଛି ମାନବିକତା । ନାତିର ଠେଙ୍ଗା ମାଡ଼ରେ ବୃଦ୍ଧ ଜେଜେମା'ର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଘସିପୁରା ଥାନା ଗୋହିରା ଗାଁରେ । ମୃତ ବୃଦ୍ଧା ହେଉଛନ୍ତି ଦୁଃଖୀ ନାୟକ ।

ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଗୋହିରା ଗାଁର ମୁନା ନାଏକ ନିଜ ଜେଜେମା ଦୁଃଖୀଙ୍କୁ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲେ । ଯାହାଫଳରେ ବୃଦ୍ଧାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଚିତ୍କାର ଶୁଣି ପରିବାର ଲୋକେ ଦୌଡି ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଲୋକଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ଦୁଃଖୀଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଅଭିଯୁକ୍ତ ନାତି ମୁନା ନାଏକ କିଛି ଦିନ ପୂର୍ବରୁ ମାନସିକ ଭାରସ୍ୟାମ ହରାଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି । ଘଟଣାରେ ଘସିପୁରା ପୋଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାରେ ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details