କେନ୍ଦୁଝର: ସଦର ବ୍ଲକ ଅଧୀନବାଉରୀପଦା ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆର୍ଏସ୍)ଙ୍କୁ ମାଡ଼ ପ୍ରତିବାଦରେ ସଦର ବ୍ଲକର ସମସ୍ତ ଜିଆର୍ଏସଙ୍କ ଧାରଣା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଆଜିଠୁ ଜିଲ୍ଲାର ସଂଘର ଆହ୍ବାନ କ୍ରମେ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଜିଆର୍ଏସ୍ ସଂଘ । ଅଭିଯୁକ୍ତଙ୍କୁ ଗିରଫ କରିବା ଓ ସୁରକ୍ଷା ଦାବିରେ ଗ୍ରାମ ରୋଜଗାର ସେବକ ସଦର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦଙ୍କୁ ଏହାର କପି ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଗତ ୧୫ ତାରିଖରେ ବାଉରୀପଦା ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଗ୍ରାମସଭା ଚାଲିଥିବା ବେଳେ ଜଣେ ଯୁବକ ଜିଆର୍ଏସ୍ ସୋମନାଥ ମହାନ୍ତଙ୍କୁ ଆକ୍ରମଣ କରିଥିଲେ । ଏପରିକି ଅଭିଯୁକ୍ତ ଜଣକ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ସଦର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ପରିପ୍ରେକ୍ଷୀରେ ହାଟଡିହି, ଘଷିପୁରା ଏବଂ ଝୁମ୍ପୁରା ବ୍ଲକ ସହ ସମସ୍ତ ୧୩ଟି ବ୍ଲକର ଜିଆର୍ଏସ୍ ସଂଘ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଧାରଣାରେ ବସିଛନ୍ତି । ଏପରିକି ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ଆଜିର ଏହି ଜିଆର୍ଏସ୍ ଧାରଣାକୁ ସମର୍ଥନ କରି ସଦର ବ୍ଲକର ସମସ୍ତ କର୍ମଚାରୀ ଧାରଣାରେ ବସିଛନ୍ତି ।
ଏହା ବି ପଢନ୍ତୁ: ICRP ମହିଳା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ