ଓଡିଶା

odisha

ETV Bharat / state

ଗୋଚର ଜମି ସମତୁଲ ଲାଗି ସରପଞ୍ଚଙ୍କୁ ସମର୍ଥନ, ମିଳିମିଶି ଦେଲେ 8 ଲକ୍ଷ - government land issue

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତରେ ଥିବା ଗୋଚର ଜମି ପାଇଁ ସରପଞ୍ଚଙ୍କ ସମର୍ଥନରେ ବାହାରିଲେ ପଞ୍ଚାୟତବାସୀ । ଗୋଚର ଜମିକୁ ସମତୁଲ କରିବା ପାଇଁ ଆଦାୟ କରି ଦେଲେ 8 ଲକ୍ଷ 42 ହଜାର 700 ଟଙ୍କା । ଅଧିକ ପଢନ୍ତୁ...

government land
ଗୋଚର ଜମି ସମତୁଲ ଲାଗି ସରପଞ୍ଚଙ୍କୁ ସମର୍ଥନ, ମିଳିମିଶି ଦେଲେ 8 ଲକ୍ଷ

By

Published : Dec 30, 2019, 5:49 PM IST

ଆନନ୍ଦପୁର: ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତରେ ଥିବା ଗୋଚର ଜମି ପାଇଁ ସରପଞ୍ଚଙ୍କ ସମର୍ଥନରେ ବାହାରିଲେ ପଞ୍ଚାୟତବାସୀ । ଗୋଚର ଜମିକୁ ସମତୁଲ କରିବା ପାଇଁ ଆଦାୟ କରି ଦେଲେ 8 ଲକ୍ଷ 42 ହଜାର 700 ଟଙ୍କା । ଏହାସହ ପ୍ରଶାସନ ଏଦିଗରେ ସାହାଯ୍ୟ କରିବା ପାଇଁ କଲେ ଅନୁରୋଧ ।

ଗୋଚର ଜମି ସମତୁଲ ଲାଗି ସରପଞ୍ଚଙ୍କୁ ସମର୍ଥନ, ମିଳିମିଶି ଦେଲେ 8 ଲକ୍ଷ

ସୂଚନା ଅନୁଯାୟୀ, ଗୋଚର ଜମିଟି ଦୀର୍ଘ ଦିନ ହେବ ଓଏମସି କବଜାରେ ଥିବା ସହ ଏଥିରେ ବର୍ଜ୍ୟବସ୍ତୁ ପକାଯାଉଥିଲା । ସ୍ଥାନୀୟ ସରପଞ୍ଚ ଏବାବଦରେ ଜାଣିବା ପରେ ସେ ସ୍ଥାନକୁ ସମତୁଲ କରିବା ପାଇଁ ଆଗଭର ହୋଇଥିଲେ । ସେ ସ୍ଥାନ ନିକଟରେ 3 ଟି ବିଦ୍ୟାଳୟ ଥିବାବେଳେ ଖେଳ ପଡିଆ ନଥିବାରୁ ଏହାକୁ ସେ ସମତୁଲ କରିଥିଲେ । ସେପଟେ ଏଠାରୁ ସମତୁଲ ନାଁରେ ମୋରମ ଚାଲାଣ ହେଉଥିବା ଦର୍ଶାଇ ଖବର ପାଇଁ ଆରଆଇ ଓ ତହସିଲଦାର ପହଞ୍ଚି କାମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ସ୍ଥାନୀୟ ଲୋକ ସରପଞ୍ଚଙ୍କ ସମର୍ଥନରେ ବାହାରିବା ସହ ତାଙ୍କୁ ଏ କାମ ପାଇଁ ପ୍ରଶଂସା କରିଛନ୍ତି । ସେହିପରି ଏ କାମକୁ କରିବା ପାଇଁ ମିଳିମିଶି ପଇସା ଯୋଗାଡ କରି ଦେଇଛନ୍ତି । ସେପଟେ ଏବାବଦରେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ଆଇନ ଅନୁସାରେ ଲୋକଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ତହସିଲଦାର ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details