କେନ୍ଦୁଝର: ସବୁ ବର୍ଷ ପରି କେନ୍ଦୁଝର ଜିଲ୍ଲା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଏହି ଗୋନାସିକା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ସ୍ଥିର କରିଛି ।
ସ୍ଥାନୀୟ କାଳୀ ପଡିଆରେ ହେବାକୁ ଥିବା ମହୋତ୍ସବ ସହ ପଲ୍ଲୀଶ୍ରୀ ମେଳା ହେବ । ଏନେଇ ଶୁକ୍ରବାର ସ୍ଥାନୀୟ ଦରବାର ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।