କେନ୍ଦୁଝର: ଆଜି ମକର ସଂକ୍ରାନ୍ତି । ଆଜିର ଦିନରେ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୁଏ । ବିଶେଷ କରି କେନ୍ଦୁଝରରେ ଘଟଗାଁ ମା' ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ ଜମେ । କିନ୍ତୁ ଚଳିତ ବର୍ଷ କୋଭିଡ ସଂକ୍ରମଣ ଯୋଗୁଁ ମକର ସଂକ୍ରନ୍ତୀରେ ଖାଁ ଖାଁ ହୋଇପଡିଛି ମନ୍ଦିର ପରିସର । କେବେଳ ରୀତିନୀତି ଅନୁସାରେ କରୋନା କଟକଣା ମଧ୍ୟରେ ମା ତାରିଣୀଙ୍କ ପୂଜା ଚାଲିଛି ।
ମକର ସଂକ୍ରାନ୍ତିରେ ସୁନାବେଶରେ ଝଟକିଲେ ମା' ତାରିଣୀ, ସାଧାରଣ ଦର୍ଶନ ବନ୍ଦ - ମକର ସଂକ୍ରାନ୍ତିରେ ମା' ତାରିଣୀଙ୍କ ସୁନାବେଶ
ମକର ସଂକ୍ରାନ୍ତିରେ ଅନୁଷ୍ଠିତ ହୋଇଛି ଘଟଗାଁ ମା' ତାରିଣୀଙ୍କ ସୁନାବେଶ । ସାଧାରଣ ଦର୍ଶନକୁ ବାରଣ । ଅଧିକ ପଢନ୍ତୁ
ମକର ସଂକ୍ରାନ୍ତିରେ ମା' ତାରିଣୀଙ୍କ ସୁନାବେଶ , ସାଧାରଣ ଦର୍ଶନ ବନ୍ଦ
ଏନେଇ ଆଜି ସକାଳୁ ମା'ଙ୍କ ପୂଜା ସହ ସୁନା ବେଶ ଅନୁଷ୍ଠିତ ହୋଇଛି । ଆସନ୍ତାକାଲି ଠାରୁ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲା ରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଆଜି ଜିଲ୍ଲାର ସମସ୍ତ ମନ୍ଦିରରେ ସାଧାରଣ ଦର୍ଶନ ବାରଣ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ
TAGGED:
କେନ୍ଦୁଝର ଘଟଗାଁ ତାରିଣୀ ପୀଠ