ଆନନ୍ଦପୁର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ନର୍ସିଂହୋମ ଓ କ୍ଲିନିକକୁ ସିଲ୍ କଲା ପ୍ରଶାସନ। ଘସିପୁରାର ଏକ ନର୍ସିଂହୋମ୍ ଓ କ୍ଲିନିକକୁ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ସିଲ୍ କରିଛନ୍ତି ଆନନ୍ଦପୁର ପ୍ରଶାସନ।
ସୂଚନା ଅନୁଯାୟୀ, ଏଠାରେ ଲୋକଙ୍କ ଗହଳି ଜମୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଯାହାକୁ ନେଇ ଆନନ୍ଦପୁର ପୌରନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲ , ଘସିପୁରା ତହସିଲଦାର ବବୁଲ ପେରେଇ ପ୍ରମୁଖ ପହଞ୍ଚି ରମାଦେବୀ ନର୍ସିଂହୋମ୍ ଓ ପାର୍ବତୀ କ୍ଲିନିକକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରିଥିବା ଜଣାପଡ଼ିଛି ।