ଓଡିଶା

odisha

ETV Bharat / state

ହୋଟେଲରେ ଜମୁଥିଲା ଜୁଆ ଆଡ୍ଡା, 50 ହଜାର ଟଙ୍କା ସହ 10 ଜୁଆଡ଼ି ଗିରଫ - କୋରୋନା କଟକଣା

କୋରୋନା କଟକଣା ଭିତରେ ଜମୁଛି ଜୁଆ ଖେଳ। ସାମ୍ଫ୍ରତିକ କୋରୋନା ପରିସ୍ଥିତିକୁ ଆଖିଆଗରେ ରଖି ବଡ଼ବିଲ ଅଞ୍ଚଳକୁ ସଟଡାଉନ କରାଯାଇଥିବା ବେଳେ ଏକ ହୋଟେଲରୁ ଜୁଆ ଖେଳୁଥିବା ଅବସ୍ଥାରେ 10 ଜଣ ହାଇପ୍ରୋଫାଇଲ ଜୁଆଡ଼ିଙ୍କୁ ଗିରଫ କରାଯାଇଛି।

ହୋଟେଲରେ ଜମୁଥିଲା ଜୁଆ ଆଡ୍ଡା, 50 ହଜାର ଟଙ୍କା ସହ 10 ଜୁଆଡ଼ି ଗିରଫ
ହୋଟେଲରେ ଜମୁଥିଲା ଜୁଆ ଆଡ୍ଡା, 50 ହଜାର ଟଙ୍କା ସହ 10 ଜୁଆଡ଼ି ଗିରଫ

By

Published : Jul 15, 2020, 1:55 PM IST

କେନ୍ଦୁଝର: କୋରୋନା କାଳରେ ଜମୁଛି ଜୁଆ ଆଡ୍ଡା। ଲକଡାଉନ ଓ ସଟଡାଉନ ପାଇଁ ହୋଟଲକୁ ନିରାପଦ ସ୍ଥାନ ବାଛିଛନ୍ତି ଏହି ଅଭ୍ୟସ୍ତ ଖେଳାଳୀ ମାନେ। ତେବେ ଏହା ଉପରେ ପୋଲିସ ଛଞ୍ଚାଣ ନଜର ପଡିବା ସହ ସବୁ ଖେଳରେ ପାଣି ପଶିଯାଇଛି।

ହୋଟେଲରେ ଜମୁଥିଲା ଜୁଆ ଆଡ୍ଡା, 50 ହଜାର ଟଙ୍କା ସହ 10 ଜୁଆଡ଼ି ଗିରଫ

କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବଡ଼ବିଲ ପୌର ପରିଷଦ ଅଞ୍ଚଳର ହୋଟେଲ ନୀଳକଣ୍ଠରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଛି । ଏହାସହ ଖେଳୁଥିବା କିଛି ଯୁବକଙ୍କୁ ବଡ଼ବିଲ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ 8 ଟି ମୋବାଇଲ , 8 ଟି ତାସ ପକେଟ ସହ ପାଖାପାଖି ୫୦ହଜାର ଟଙ୍କା ଜବତ କରାଯାଇଛି।

ସାମ୍ଫ୍ରତିକ କୋରୋନା ପରିସ୍ଥିତିକୁ ଆଖିଆଗରେ ରଖି ବଡ଼ବିଲ ଅଞ୍ଚଳକୁ ସଟଡାଉନ କରାଯାଇଛି। ପରିସ୍ଥିତିର ସୁଯୋଗ ନେଇ ଏହି ଯୁବକ ମାନେ ହୋଟେଲ ନୀଳକଣ୍ଠର ଏକ ଗୋଟେ ରୁମ ରେ ଜୁଆ ଖେଳୁ ଜମେଇଥିବା ଜଣାପଡ଼ିଛି ।

ହୋଟେଲରେ ଜମୁଥିଲା ଜୁଆ ଆଡ୍ଡା, 50 ହଜାର ଟଙ୍କା ସହ 10 ଜୁଆଡ଼ି ଗିରଫ

ହୋଟେଲ ମାଲିକଙ୍କ ସମେତ ୧୦ ଜଣ ଜୁଆ ଖେଳାଳିଙ୍କୁ ବିପର୍ଯ୍ୟାୟ ପରିଚାଳନା ଓ କୋଭିଡ ନିୟମକୁ ଉଲ୍ଲଂଘନ ଆଦି ଦଫାରେ ଗିରଫ କରିଛି ବଡ଼ବିଲ ପୋଲିସ । ସମସ୍ତଙ୍କୁ ସଙ୍ଗରୋଧ ଗୃହକୁ ପଠାଇ ଦିଆଯିବା ସହ ହୋଟେଲକୁ ସିଲ କରାଯାଇଛି । ଗିରଫ ଯୁବକ ମାନଙ୍କ ମଧ୍ୟରୁ କିଛି ଉକ୍ତ ଅଞ୍ଚଳର ସମ୍ଭ୍ରାନ୍ତ ପରିବାରରୁ ଥିବା ଜଣାପଡ଼ିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details